Latest Odisha News

BREAKING NEWS

ବିଜେପିରେ ମିଶିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଷ୍ଣତା ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ୟ୍ୟ ଓ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି ।

ଅପର୍ଣ୍ଣା ଯାଦବ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା । ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମୁଲାୟମ ସିଂହ ଯାଦବ ଓ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକଙ୍କୁ ବିବାହ କରିଛନ୍ତି ଅପର୍ଣ୍ଣା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ପ୍ରତୀକ ଓ ଅପର୍ଣ୍ଣା ଯାଦବ ଠାକୁର-ବିଷ୍ଟ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି ।

ଅପର୍ଣ୍ଣାଙ୍କୁ ସମାଜବାଦୀ ପାର୍ଟିରେ ତାଙ୍କୁ କୌଣସି ବଡ଼ ପଦପଦବୀ ମିଳି ନଥିଲା । ସମାଜବାଦୀ ଟିକେଟରେ ୨୦୧୭ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଲକ୍ଷ୍ନୌ କ୍ୟାଣ୍ଟ ଆସନରେ ବିଜେପିର ରୀତା ବହୁଗୁଣା ଯୋଶୀଙ୍କଠାରୁ ହାରିଥିଲେ ଅପର୍ଣ୍ଣା । ଏବେ ରୀତା ବହୁଗୁଣା ଯୋଗୀ ସାସଂଦ ଅଛନ୍ତି । ଏହି ଆସନରୁ ବିଜେପି ଅପର୍ଣ୍ଣାଙ୍କୁ ଟିକେଟ ଦେଇପାରେ ।

ନିର୍ବାଚନ ପୂର୍ବରୁ ବିଜେପିରେ ଅପର୍ଣ୍ଣାଙ୍କ ଯୋଗଦାନ ସମାଜବାଦୀ ପାର୍ଟି ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ଚଳିତ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିକୁ କଡ଼ା ଚେକ୍ ଦେଉଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ଉତ୍ତରପ୍ରଦେଶରେ ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ଯାଏ ୭ଟି ପର୍ୟ୍ୟାୟରେ ନିର୍ବାଚନ ହେବ ।

Comments are closed, but trackbacks and pingbacks are open.