ନୂଆଦିଲ୍ଲୀ: ସୂତ୍ରରୁ ପ୍ରକାଶ ଯେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇପାରନ୍ତି।
ଅପର୍ଣ୍ଣା ଯାଦବ ମୁଲାୟମ ସିଂଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ସୂତ୍ରରୁ ପ୍ରକାଶ ଯେ କିଛି ସମୟ ଧରି ବିଜେପି ଏବଂ ଅପର୍ଣ୍ଣା ଯାଦବଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଖୁବଶୀଘ୍ର ଅପର୍ଣ୍ଣା ଯାଦବ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଅପର୍ଣ୍ଣା ଯାଦବ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ୩୩,୭୯୬ ଭୋଟ ବ୍ୟବଧାନରେ ହରାଇଥିଲେ।
Comments are closed.