Latest Odisha News

ଏବେ ବି ଆଇସିୟୁରେ ଲତା ମଙ୍ଗେଶକର

ମୁମ୍ବାଇ: ଜାନୁଆରୀ ୮ରେ, ବଲିଉଡ୍‌ର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିଲେ।ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବି ଆଇସିୟୁରେ ଅଛନ୍ତି ବୋଲି ତାଙ୍କ ଡାକ୍ତର ସୂଚନା ଦେଇଛନ୍ତି।

ଆଇସିୟୁରେ ଲତା ମଙ୍ଗେଶକରଙ୍କୁ ରଖାଯିବାର ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଲତା ମଙ୍ଗେଶକର ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। “ଲତା ମଙ୍ଗେଶକର ଚିକିତ୍ସିତ ହେଉଛନ୍ତି ଏବଂ ସେ ଏବେବି ଆଇସିୟୁରେ ଅଛନ୍ତି ବୋଲି ତାଙ୍କ ଡାକ୍ତର କହିଛନ୍ତି।

Comments are closed.