Latest Odisha News

BREAKING NEWS

ଉପ-ଜିଲ୍ଲାପାଳଙ୍କ ମାଳ ମାଳ କୋଠା, ଭୁବନେଶ୍ବରରୁ ଭଦ୍ରକ ଲମ୍ବିଛି..

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଜି ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ବାବୁଙ୍କ କୋଠାର ତାଲିକା ଦେଖି ତାଜୁବ ହୋଇଯାଇଚି ଭିଜିଲାନ୍ସ । ଭୁବନେଶ୍ବର ଠାରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ଉପ-ଜିଲ୍ଲାପାଳ ବାବୁଙ୍କ ନାଁରେ ରହିଛି ମାଳ ମାଳ କୋଠା ।

ଭିଜିଲାନ୍ସ ଚଢାଉ ପରେ ଭୁବନେଶ୍ଵରରେ ଏକ ମହଲା କୋଠା। ଏହାବ୍ୟତୀତ ଝାରପଡ଼ାରେ ୩ ମହଲା ନିର୍ମାଣାଧୀନ କୋଠା ରହିଛି। ସେହିପରି ଭଦ୍ରକରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ସହିତ ୧୩ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏଥିମଧ୍ୟରୁ ଭୁବନେଶ୍ବରରେ ୬, ଭଦ୍ରକରେ ୬ ଏବଂ ପିପିଲିରେ ଗୋଟିଏ ପ୍ଲଟ ରହିଛି । ଏଥିସହିତ ୨୫୦ ଗ୍ରାମ୍‌ ସୁନା, ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ ।

ସେପଟେ ଭିଜିଲାନ୍ସର ଚଢାଉ ଜାରି ରହିଥିବା ବେଳେ ଏଯାବତ ସମସ୍ତ ସମ୍ପତ୍ତିର ତଥ୍ୟ ମିଳିନାହିଁ । ଅନ୍ୟପଟେ ଉପଜିଲାପାଳଙ୍କ ସମ୍ପର୍କୀୟଙ୍କ ଘରେ ବି ଭିଜିଲାନ୍ସ ଚଢ଼ାଉ କରିଛି । ଭଦ୍ରକ ଓ ମୟୂରଞ୍ଜରେ ରହିଥିବା ସମ୍ପର୍କୀୟଙ୍କ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ସୂଚନା ମିଳିଛି ।

ତେବେ କହିରଖୁଛୁ, ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠଳୁ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି (ସୋମବାର) ଚଢ଼ାଉ ଆରମ୍ଭ ହୋଇଛି । ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ ଆଜି ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଛନ୍ତି। ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Leave A Reply

Your email address will not be published.