Latest Odisha News

BREAKING NEWS

ଯନ୍ତ୍ରୀଙ୍କ ସୁନା ଗଦାକୁ ବିଳାସ ପୂର୍ଣ୍ଣ ଜୀବନ, ଘର ତ ଘର ଛାତ ବି ମନମୋହୁଛି..

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ୍ ହାଉସିଂ ଓ୍ବେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା । ଆଜି ସକାଳେ ଭିଜିଲାନ୍ସ ଆୟ ବହିର୍ଭୂତ ସଂପତ୍ତି ଠୂଳ ଅଭିଯୋଗରେ ଯନ୍ତ୍ରୀ ବାବୁଙ୍କ ଘରେ ଚଢାଉ କରିଥିବା ଏଯାବତ କେଜିଏ ସୁନା, ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା, ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ, ୧ କେଜିରୁ ଅଧିକ ସୁନା ଠାବ କରିଛି ଭିଜିଲାନ୍ସ ।

ଏବେବି ରେଡ୍ ଜାରି ରହିଥିବା ବେଳେ ବାବୁଙ୍କ ଘରୁ ବିଭିନ୍ନ ଦାମୀ ଏବଂ ଲାଟେଷ୍ଟ ମଡେଲର ଫୋନ୍, ୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍‌ ଠାବ ହୋଇଛି । ଏହାଛଡା ୧ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ ।

ତେବେ ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଭିଜିଲାନ୍ସ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ଵର ଏବଂ ବ୍ରହ୍ମପୁର ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସର ଏକାଧିକ ଟିମ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ। ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନ ଏବଂ ପୈତୃକ ଘର, ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଘର, ବ୍ରହ୍ମପୁର ଖାରବେଳ ନଗରରେ ଭଡ଼ା ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ । ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।

Leave A Reply

Your email address will not be published.