Latest Odisha News

BREAKING NEWS

ଆମେରିକାର ସୁପରମାର୍କେଟରେ ଗୁଳିକାଣ୍ଡ, ପୋଲିସ ସହ ୬ ମୃତ

ଓ୍ୱାଶିଂଟନ: ଆମେରିକାର କଲୋରଡୋ ଅନ୍ତର୍ଗତ ବୋଲଡରର ଏକ ସୁପରମାର୍କେଟରେ ହୋଇଥିବା ଗୁଳିକାଣ୍ଡରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୋଲିସ ଅଧିକାରୀ ଯାଞ୍ଚ ଆରମ୍ଭ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି।

ପୋଲିସର ସୂଚନାନୁସାରେ, ଗୁଳି ବିନିମୟ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଅଭିଯୁକ୍ତ ମାନେ କେଉଁ ଉଦ୍ଦେଶ୍ୟରେ ଗୁଳିମାଡ଼ କରିଛନ୍ତି ସେନେଇ ଏପର‌୍ୟ୍ୟନ୍ତ ଜଣା ପଡିନାହିଁ।

ସୂଚନାନୁସାରେ ବୋଲ୍ଡରର ଟେବଲ୍ ମେସା ଅଞ୍ଚଳରେ ଅବସ୍ଥିତ କିଙ୍ଗ ସୁପର୍ସ ଷ୍ଟୋର୍‌ରେ ପ୍ରାୟ ୩ ଟା ସମୟରେ ଏହି ଗୁଳି ବିନିମୟ ହୋଇଥିଲା।

Comments are closed.