Latest Odisha News

ଏପରି ବନାନ୍ତୁ’ ଅଁଳା ଗୁଣ୍ଡ ଆଚାର’

ଭୁବନେଶ୍ବର: ଶୀତ ଦିନରେ ଅଁଳା ବଜାରରେ ଅଧିକ ମିଳିଥାଏ । ଏହି ଅଁଳାରୁ ଅଁଳା ଗୁଣ୍ଡ ଆଚାର ବନାନ୍ତୁ । ଫଳରେ ବର୍ଷସାରା ଏହି ଅଁଳା ଆଚାର ଖାଇ ପାରିବେ । ଏହି ଆଚାର ପାଟିକୁ ସୁଆଦିଆ ଲାଗିବା ସହ ଖାଦ୍ୟ ଭଲ ହଜମ ହେବ ।

ସାମଗ୍ରୀ: ଅଁଳା- ଏକ କିଲୋ, କାଗଜିଲେମ୍ବୁ- ଚାରିଟା , ଗୋଲମରିଚ- ଦୁଇ ଟେବୁଲ ଚାମଚ, ଲୁଣ ପରିମାଣ ମୁତାବକ, ବିଟ ଲୁଣ ପରିମାଣ ଅନୁସାରେ

ପ୍ରଣାଳୀ: ଅଁଳାକୁ ଧୋଇ କାଟି ନେଇ ମଞ୍ଜି ବାହାର କରି ଖରାରେ ଶୁଖାଇବେ । ଏହା ଖଡ ଖଡ ହୋଇ ଶୁଖିଗଲେ , ସେହିଗୁଡିକୁ ଶିଳ ଅବା ହେମଦସ୍ତାରେ ଗୁଣ୍ଡ କରି ଦେବେ । ଅଁଳା ଗୁଣ୍ଡ, ବିଟ ଲୁଣ, ଲୁଣ, ଗୋଲମରିଚ ଗୁଣ୍ଡ,ଲେମ୍ବୁରସ ମିଶାଇ ଖରାରେ ଶୁଖାଇବେ । ଏହା ପୁରା ଶୁଖିଗଲେ ପୁଣିଥରେ ଶିଳରେ ଚୂରି ନେଇ ବୋତଲରେ ରଖିବେ । ତେବେ ଭାତ ଖାଇବା ବେଳେ ଏହି ଆଚାର ଖାଆନ୍ତୁ ।

Comments are closed.