Latest Odisha News

ଏମସିଏ ନାମରେ ଯୋଡି ହେଲା ବିଶ୍ୱରେକର୍ଡ

ମୁମ୍ବାଇ: ମୁମ୍ବାଇ ୱାଙ୍ଖେଡ ଷ୍ଟାଡିୟମରେ ଗୁରୁବାର ଏକ ନୂତନ ବିଶ୍ୱରେକର୍ଡ ସ୍ଥ୍‌ାପନ ହୋଇଛି । ଅବଶ୍ୟ କୌଣସି ପ୍ରଦର୍ଶନ କିମ୍ବା ମ୍ୟାଚକୁ ନେଇ ଏହି ରେକର୍ଡ ହୋଇନି । ଏଠାରେ ୧୪୫୦୫ ନାଲି ଓ ଧଳା ବଲରେ ଫିଫଟି ଇୟର୍ସ ଅଫ ୱାଙ୍ଖେଡ ଷ୍ଟାଡିୟମ ଲେଖା ଯାଇଥିଲା । ଏତେ ସଂଖ୍ୟକ କ୍ରିକେଟ ବଲରେ ପୂର୍ବରୁ ଏ ଭଳି ବାକ୍ୟ ଲେଖା ଯାଇ ନ ଥିଲା । ଏବେ ୱାଙ୍ଖେଡ ଷ୍ଟାଡିୟମର ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଭାରତର ପ୍ରତିଷ୍ଠିତ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମ ୫୦ ବର୍ଷ ପୂରଣ କରିଛି । ଏହି ଷ୍ଟାଡିୟମ ଭାରତୀୟ କ୍ରିକେଟକୁ ଅନେକ ସୁପରଷ୍ଟାର ଦେଇଛି । ଏଠାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ଦିନିକିଆ ବିଶ୍ୱ ଚାମ୍ପିୟନ ହୋଇଥିଲା ।

୫୦ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲୀଙ୍କ ସହ ମୁମ୍ବାଇର ଅନେକ ଷ୍ଟାର କ୍ରିକେଟ ଉପସ୍ଥିତି ଥିଲେ । ୧୯୭୫ରେ ୨୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏଠାରେ ସ୍ୱର୍ଗୀୟ ଏକନାଥ ସୋଲକାରଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ସୋଲକାର ଏହି ମ୍ୟାଚରେ ଶତକ ମାରିଥିଲେ । ସେବେଠାରୁ ୨୩ ଜାନୁୟାରୀର ଗୁରୁତ୍ୱ ଏଠାରେ ବୃଦ୍ଧି ପାଇଛି । ବ୍ୟବହୃତ ବଲଗୁଡିକ ବିଭିନ୍ନ ସ୍କୁଲ, କ୍ଲବ ଓ ସଂଗଠନର ଉଦୀୟମାନ କ୍ରିକେଟରଙ୍କୁ ପ୍ରଦାନ କରାଯିବ ।

Comments are closed.