ଚେନ୍ନାଇ: ପୁଣି କିଛି ଦିନ ବ୍ୟବଧାନରେ ବିମାନ ବନ୍ଦରକୁ ବୋମାରେ ଉଡାଇଦେବାକୁ ମିଳିଛି ଧମକ । ତାମିଲନାଡୁର ତୁତିକୋରିନ ବିମାନବନ୍ଦରକୁ ବୋମା ଧମକ ମିଳିଛି । ଏହି ଧମକ ପରେ, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି ।
ଏକ ଇ-ମେଲ୍ ମାଧ୍ୟମରେ ବିସ୍ଫୋରଣ ଧମକ ଦିଆଯାଇଥିବା ବିମାନ କର୍ତ୍ତୁପକ୍ଷ କହିଛନ୍ତି । ବିମାନବନ୍ଦରରେ ଡଗ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି । ବିମାନବନ୍ଦରର ପ୍ରତ୍ୟେକ ସ୍ଥାନକୁ ତନ ତନ କରି ଯାଞ୍ଚ କରାଯାଉଛି ।
ତୁତିକୋରିନ ବିମାନବନ୍ଦରର ପ୍ରଶାସନିକ କାର୍ଯ୍ୟାଳୟ କହିଛି ଯେ ବିମାନବନ୍ଦରରେ ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଛି । ତଥାପି, ଏପର୍ଯ୍ୟନ୍ତ ତଦନ୍ତରେ କିଛି ସନ୍ଦେହଜନକ ମିଳିନାହିଁ । ହେଲେ ଏହି ଯାଞ୍ଚ ପ୍ରକ୍ରିୟା ବଳବତ୍ତର ରହିଛି ।
ତେବେ ଏହାର କିଛି ଦିନ ପୂର୍ବରୁ ଦେଶର ଅନେକ ବିମାନବନ୍ଦର ସମେତ ହସ୍ପିଟାଲକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା ।
Comments are closed.