ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ପ୍ରଥମ ଦିବସରେ ମେଘାଳୟକୁ ୧୯୮ ରନରେ ଅଲଆଉଟ କରିଦେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ସନ୍ଦୀପ ପଟ୍ଟନାୟକ ନେତୃତ୍ୱାଧୀନ ଓଡିଶା କୌଣସି ୱିକେଟ ନ ହରାଇ ୭୦ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି । ସ୍ୱସ୍ତିକ ସାମଲ ୪୪ ଓ ଶାନ୍ତନୁ ମିଶ୍ର ୨୩ ରନ କରି ଅପରାଜିତ ରହିଛନ୍ତି । ଓଡିଶାର ପେସ ବୋଲର ତାପସ ଦାସ ପଦାର୍ପଣ ମ୍ୟାଚରେ ୬ ୱିକେଟ ଅକ୍ତିଆର କରି ପ୍ରଭାବିତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ରାଉଳ ୩ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ୨୮ ବର୍ଷୀୟ ତାପସ ୮ ୱିକେଟ ଅକ୍ତିଆର କରିଥିଲେ ।
ମେଘାଳୟ ପକ୍ଷରୁ ଯଶକୀରଟ ସଚଦେବା (୪୩) ଓ ସୁମିତ କୁମାର (୪୦) ଷଷ୍ଠ ୱିକେଟରେ ୬୫ ରନ ଯୋଗ କରିବା ଯୋଗୁ ଦଳ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଥିଲା । ଓଡିଶା ଗତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଓଡିଶା ୫ଟି ମ୍ୟାଚରୁ ୧୦ ପଂଏଟ ହାସଲ କରି ଏବେ ପଂଏଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି । ବରୋଦା ୫ ମ୍ୟାଚରୁ ୨୭ ପଂଏଟ ହାସଲ କରି ଶୀର୍ଷରେ ରହିଛି ।
Comments are closed.