ମୁମ୍ବାଇ: ଆଜି ହୋଇପାରେ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଜି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅଛି। ଆର୍ୟନଙ୍କୁ ବେଲ୍ ମିଳିବ ନା ଜେଲ୍ ସେ ନେଇ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇବେ। ତେବେ ସୂତ୍ରରୁ ପ୍ରକାଶ ଯେ ଏନସିବି ଆର୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିପାରେ।
ମୁମ୍ବାଇର ଏକ ସ୍ୱତନ୍ତ୍ର ସେସନ୍ କୋର୍ଟ ବୁଧବାର ସୁଦ୍ଧା ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଉପରେ ଏହାର ଜବାବ ଦେବାକୁ ଏନସିବିକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, ଏନସିବି ଅନୁସନ୍ଧାନ ବେଳେ କିଛି ନୂଆ ଖୁଲାସା କରିଛି। କିଛି ଅଭିଯୁକ୍ତଙ୍କ ପଚରାଉଚରାକୁ ଏନସିବି କୋର୍ଟ ସମ୍ମୁଖରେ ରଖିବ।
ଆର୍ୟନ ଖାନ୍ ଏବଂ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ ଏନଡିପିଏସ୍ ଆକ୍ଟର ଧାରା ଅନୁଯାୟୀ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅକ୍ଟୋବର ୭ ରେ, ଆର୍ୟନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯିବା ପରେ ସେ ତୁରନ୍ତ ଜାମିନ ମାଗି କୋର୍ଟକୁ ସ୍ଥାନାନ୍ତର କରିଥିଲେ।
Comments are closed.