ମୁମ୍ବାଇ:ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ପରେ ସୋମବାର ଦିନ ବିଜୟ ସହ ପଏଣ୍ଟ ଖାତା ଖୋଲିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୮ ଓ୍ବିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ତେବେ ନିଜର ଡେବ୍ୟୁ ମ୍ୟାଚରେ ୪ ଓ୍ବିକେଟ ନେଇଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି ଏମଆଇର ଅଶ୍ୱିନୀ କୁମାର । ଏଥିସହ ସେ ପ୍ଲେୟାର ଅଫ୍ ଦି ମ୍ୟାଚ ମଧ୍ୟ ହୋଇଛନ୍ତି ।
A different 'Monday Blues' for @mipaltan 💙#MI register a convincing 8⃣-wicket victory over #KKR and are up and away in #TATAIPL 👌💙
Scorecard ▶ https://t.co/iEwchzEpDk#MIvKKR pic.twitter.com/FtEfP0HDtJ
— IndianPremierLeague (@IPL) March 31, 2025
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ପ୍ରଥମେ ବ୍ୟାଟିଂ କରି ୧୬.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୨୬, ରମନଦୀପ ସିଂ ୨୨, ମନୀଷ ପାଣ୍ଡେ ୧୯, ରିଙ୍କୁ ସିଂ ୧୭, ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୧ ରନ କରିଥିଲେ। ତେବେ ମୁମ୍ବାଇ ପକ୍ଷରୁ ଘାତକ ବୋଲିଂ କରି ଅଶ୍ୱିନୀ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି, ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ବିଘ୍ନେଶ ପୁଥୁର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ।
Storming into a special list 🌪
Ashwani Kumar grabbed his opportunity and has made a name in #TATAIPL 👏👏 pic.twitter.com/5AigDeKESg
— IndianPremierLeague (@IPL) March 31, 2025
ଜବାବରେ ମୁମ୍ବାଇ ମାତ୍ର ୧୨.୫ ଓଭରରେ ୨ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରୋହିତ ଶର୍ମା ୧୩ ଓ ଓ୍ବିଲ ଜ୍ୟାକ୍ସ ୧୬ ରନ କରି ଆଉଟ ହୋଇଥିଲେ। ରିଆନ ରିକଲଟନ ୪୧ ବଲରେ ୪ ଚୌକା ଓ ୫ ଛକା ସହିତ ୬୨ ରନ ଓ ସୂର୍ଯ୍ୟକୁମାର ୯ ବଲରେ ୩ ଚୌକା ଓ ୨ ଛକା ସହିତ ୨୭ ରନ କରି ମ୍ୟାଚକୁ ଜିତେଇଥିଲେ ।
ତେବେ କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ବିକେଟ ନିଜ ନାଁରେ କରିଥିଲେ ।
ତେବେ ମୁମ୍ବାଇ ନିଜର ପରବର୍ତ୍ତୀ ମ୍ୟାଚ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ସହ ଏପ୍ରିଲ୪ରେ ଖେଳିବ । ସେହିପରି କୋଲକତା ନିଜର ପରବର୍ତ୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏପ୍ରିଲ୩ରେ ଖେଳିବ ।
Comments are closed.