Latest Odisha News

BREAKING NEWS

କମ ବୟସର ଯୁବକଙ୍କ ସହ ମହିଳା କରନ୍ତି ଡ଼େଟ୍ : କିପରି ବୟସ୍କାଙ୍କୁ ପ୍ରଭାବିତ କରିବେ ବୁଝାଇଲେ

ନ୍ୟୁୟର୍କ: ଏବେ ପ୍ରେମର ଭାବନା ବଦଳି ଯାଇଛି । ଯିଏ ଯେତେବେଳେ ଯାହାକୁ ଚାହିଁବ ସେତେବେଳେ ପ୍ରେମ କରିପାରୁଛି । ସେଥିଲାଗି ବିଭିନ୍ନ ଆପ୍ ମଧ୍ୟ ଉପଲବ୍ଧ । ଲୋକମାନେ ଅନେକ ଆପ୍ ମାଧ୍ୟମରେ ନିଜ ପାଇଁ ସାଥୀଟିଏ ସହଜରେ ପାଇପାରୁଛନ୍ତି । ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଆପ୍ ଅଛି । ଯଦି ଆପଣ ସମଲିଙ୍ଗୀ, ଆପଣ ଏକ ପୃଥକ ଆପରେ ସମଲିଙ୍ଗୀ ଅଂଶୀଦାର ପାଇପାରିବେ । ଯଦି ଆପଣ ଜଣେ ଲେସବିୟାନ୍ ତେବେ ଏହା ପାଇଁ ଏକ ଅଲଗା ଆପ୍ ଅଛି । ଆହୁରି ମଧ୍ୟ, ଯଦି ଆପଣଙ୍କର ବୃଦ୍ଧମାନଙ୍କ ପ୍ରତି ଆଗ୍ରହ ଅଛି, ତେବେ ଆପଣ ମଧ୍ୟ ଏଥିପାଇଁ ଏକ ଅଲଗା ଆପ୍ ପାଇପାରିବେ । ଏବେ ସେମିତି ଜଣେ ୫୨ ବର୍ଷୀୟା ମହିଳା ନିଜ ପୁଅ ବୟସର ଯୁବକଙ୍କ ପାଇଁ ସାଥୀ ପାଲଟୁଛନ୍ତି । ସବୁଠୁ ବଡ଼ କଥା କିପରି ଆପ୍ ଜରିଆରେ ସାଥୀଟିଏ ପାଇବେ ସେ ନେଇ ବିସ୍ତୃତ ବର୍ଣ୍ଣନା କରିଛନ୍ତି ।

ନ୍ୟୁୟର୍କ ବାସିନ୍ଦା ୫୨ ବର୍ଷିୟା ପ୍ୟାଟି ମେନୁଟି । ସେ ଏକ ଆପ୍ ମାଧ୍ୟମରେ ଅନେକ ଯୁବକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଯୁବକମାନେ ତାଙ୍କୁ ହଟ ଜେଜେମା’ ବୋଲି ସମ୍ବୋଦନ କରିଥାନ୍ତି । ସେ ନିଜକୁ ଟ୍ରାନ୍ସଫର୍ମେସନ୍ କୋଚ୍‌, ଯୋଗ ପ୍ରଶିକ୍ଷକ ଏବଂ ଲେଖକ ବୋଲି ପରିଚୟ ଦେଇ ଯୁବକଙ୍କୁ ଆକର୍ଷିତ କରିଥାନ୍ତି । ପ୍ୟାଟି ତାଙ୍କ ବ୍ୟକ୍ତିଗତ ଜୀବନର ସମସ୍ତ ବିଷୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିଜଠାରୁ ଅତ୍ୟଧିକ ସାନ ଯୁବକମାନଙ୍କୁ ଡେଟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ ।

ଅନେକ ଆପ୍ ମାଧ୍ୟମରେ କିପରି ସାଥୀ ବାଛିବେ ସେନେଇ ବୁଝାଇଥିଲେ । ପ୍ୟାଟି କୁହନ୍ତି. ସେ ଯୁବକମାନଙ୍କ ସହିତ ଡ଼େଟ୍ କଲେ ଅଧିକ ଖୁସି ହୁଅନ୍ତି । ନିକଟରେ ଏକ ଭିଡିଓ ଜରିଆରେ ସେ ଅନ୍ୟ ପୁରୁଷମାନଙ୍କୁ ଡେଟିଂ ଟିପ୍ସ ଦେଇଥିଲେ । ଯଦି ଆପଣ ଜଣେ ବୟସ୍କା ମହିଳାଙ୍କୁ ଡେଟ କରିବାକୁ ଚାହାଁନ୍ତି, ତେବେ ଫେସବୁକ୍ ଡେଟିଂ ଏହା ପାଇଁ ସର୍ବୋତ୍ତମ ବିକଳ୍ପ ଅଟେ । ଏଠାରେ ଆପଣ ସାଧାରଣ ଭାବେ ବନ୍ଧୁତା କରି ଡେଟ୍ କରିପାରିବେ । ଏହାସହିତ ଆହୁରି ଅନେକ ଆପ୍ ମଧ୍ୟ ରହିଛି । କିନ୍ତୁ ସାବଧାନତାର ସହ ସାଥୀ ବାଛିବେ, ନଚେତ୍ ଫସିଯିବାର ସମ୍ଭାବନା ମଧ୍ୟ ରହିଛି ।

Leave A Reply

Your email address will not be published.