ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇଲା ମୁମ୍ବାଇ । WPL2025ର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନ୍ ରେ ପରାସ୍ତ କରିଛି । ମୁମ୍ବାଇର ବ୍ରେବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀକୁ ୧୫୦ ରନ୍ ଟାର୍ଗେଟ୍ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସଦଳ ମାତ୍ର ୧୪୧ ରନ୍ ସ୍କୋର କରିପାରିଥିଲା। ଏହା ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ WPL ଟାଇଟଲ୍ । ହରମନପ୍ରୀତ କୌରଙ୍କ ନେତୃତ୍ବରେ ମୁମ୍ବାଇ ଦୁଇ ଥର ଟ୍ରଫି କବଜା କରିଛି।
ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ହରମନପ୍ରୀତ କୌର ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲା ବେଳେ ନାଟ ସ୍କିଭର ବ୍ରଣ୍ଟ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ବିବେଚତି କରାଯାଇଛି ।
#TATAWPL 2025, you have been incredible
We leave you with the 𝗖𝗛𝗔𝗠𝗣𝗜𝗢𝗡𝗦 of this edition- 𝐌𝐮𝐦𝐛𝐚𝐢 𝐈𝐧𝐝𝐢𝐚𝐧𝐬
#DCvMI | #Final | @mipaltan pic.twitter.com/yyyfVVAog3
— Women's Premier League (WPL) (@wplt20) March 15, 2025
WPL2025 ଫାଇନାଲରେ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଟଙ୍କାର ବର୍ଷା ହୋଇଛି । ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ପୁରସ୍କାର ରାଶି ଭାବରେ ଛଅ କୋଟି ଟଙ୍କା ମିଳିଛି ।ରନର୍ସଅପ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ତିନି କୋଟି ପୁରସ୍କାର ରାଶି ଦିଆଯାଇଛି ।
ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଗତକାଲି ଡିସି ଓ ମୁମ୍ବାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମେଗ ଲାନିନଙ୍କ ଡିସି ଦଳ । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୯ ରନ କରିଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହରମନପ୍ରୀତ କୌର ୪୪ ବଲରେ ସର୍ବାଧିକ ୬୬ ରନ କରିଥିଲେ ।
ଜାବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୧୪୧ରନ କରିପାରିଥିଲା ।