Latest Odisha News

ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି : ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ  ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ  ଗାଁର ଆଶିଷ ପରିଛା । ଗତ କିଛି ଦିନ ପୂର୍ବରୁ ଯୁବକ ଜଣକ ମୁମ୍ବାଇ ସମେତ ଉତ୍ତର ପ୍ରଦେଶ, ହରିୟଣା ଓ ମହାରାଷ୍ଟ୍ରର ବହୁ ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡ଼ିଆ ମଧ୍ୟମରେ ହତ୍ୟା ଧମକ ଦେଉଥିଲେ ।

କେବଳ ଏତିକି ନୁହେଁ ଏହା ସହ ଧମକାଇବା ଭଳି ମେସେଜ ଓ କଲ୍ କରିଥିଲା । ଯାହାକୁ ନେଇ ମୁମ୍ବାଇ ବାଙ୍ଗୁରୁ ଲିଙ୍କ ରୋର୍ଡ ଥାନାରେ ଚଳିତ ମାସ ୫ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା ।  ପରେ ମୁମ୍ବାଇ ପୋଲିସ୍ ଗତ ୭ ତାରିଖ ଗାଁକୁ ଯାଇ ଯୁବକକୁ ୩ ଦିନ ରଖି ପଚାରା ଉଚରା କରିବା ସହ ଯୁବକ ଠାରୁ ମୋବାଇଲ୍ ଜବତ କରିଛି । ଯୁବକକୁ ୧୨ ତାରିଖରେ  ପାରଳାଖେମୁଣ୍ଡି ସିଜେଏମ୍ କୋର୍ଟରେ ହାଜର କରିଥିଲା ମୁମ୍ବାଇ ପୋଲିସ । ଅଧିକ ତଦନ୍ତ ପାଇଁ ଆଶିଷ କୁରିମଣ୍ଡରେ ନେଇଛି ମୁମ୍ବାଇ ପୋଲିସ।

ତେବେ ଘଟଣାକୁ ନେଇ ସେରଙ୍ଗ ପୋଲିସର କହିବା କଥା ହେଲା ମୋବାଇଲରେ ବିଭିନ୍ନ ସମୟରେ ମହାରାଷ୍ଟ୍ର, ହରିୟାଣା, ଇତ୍ୟାଦି ଅଞ୍ଚଳର ବିଜେପି ନେତାଙ୍କୁ ଧମକ ପୂର୍ଣ୍ଣ ମେସେଜ ,ଚେତାବନୀ ଦିଆଯାଉଥିଲା । ଯାହାକୁ ମୁମ୍ବାଇ ପୋଲିସ ଟ୍ରାକ କରି ଆସିବା ସମୟରେ ଜୀବନ୍ତ କର ନାମକ ଜଣେ ବ୍ୟକ୍ତି ମୋବାଇଲଟି ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲେ। ଏହା ପରେ ଜୀବନ୍ତକୁ ପଚରାଉଚୁରା ସମୟରେ ମୋବାଇଲ ସିମକାର୍ଡ ତାଙ୍କୁ ଆଶିଷ ଆଣିଦେଇଥିବା କହିଥିଲା  ।

ତେବେ ମୁମ୍ବାଇ ପୋଲିସ ଆଶିଷକୁ ତଦନ୍ତରେ ପଚରାଉଚରା କରିବା ସମୟରେ ଆଶିଷକୁ ସନ୍ଦେହ କରି ଗିରଫ କରିଛି। ସେପଟେ ପାରଳାଖେମୁଣ୍ଡି ସିଜେଏମ କୋର୍ଟରେ ହାଜର କରାଇବା ସହ ରିମାଣ୍ଡରେ ନେଇଥିବା ସେରଙ୍ଗ ଥାନା ଅଧିକାରୀ ଅଶୋକ ହଂସଦା କହିଛନ୍ତି ।

Leave A Reply

Your email address will not be published.