Latest Odisha News

BREAKING NEWS

ଅବତରଣର ୧୦ ସେକେଣ୍ଡ ପୂର୍ବରୁ ଜଳିଗଲା ବିମାନ, ୧୪ ଦିନ ତଳେ ଉଦଘାଟନ ହୋଇଥିଲା ବିମାନବନ୍ଦର

କାଠମାଣ୍ଡୁ: ବିମାନବନ୍ଦର ଉଦଘାଟନକୁ ମାତ୍ର ୧୪ ଦିନ । ଘଟିଗଲା ବଡ଼ ଅଘଟଣ । ରବିବାର ୟେଟି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ୭୨ ଜଣ ଥିଲେ । ଆଉ ବିମାନ ATR-72 ଅବତରଣର ଠିକ୍ ୧୦ ସେକେଣ୍ଡ ପୂର୍ବରୁ ଜଳି ଯାଇଛି ।

ପୋଖରା ଏୟାରପୋର୍ଟର ନିକଟରେଥିବା ସେତି ନଦୀ ପାର୍ଶ୍ୱରେ ଏହି ଅଘଟଣ ଘଟିଛି । ଜାନୁଆରୀ ୧ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପୋଖରା ଏୟାରପୋର୍ଟର ଉଦଘାଟନ କରିଥିଲେ । ଏହି ଏୟାରପୋର୍ଟକୁ ଚୀନର ସହାୟତାରେ ନିର୍ମାଣ କରାଯାଇଛି ।

ଆଜି ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ଉଦଘାଟନ ଉତ୍ସବ ଦିନ ଉକ୍ତ ବିମାନରେ ଡେମୋ ଉଡ଼ାଣ କରାଯାଇଥିଲା । ପୋଖରା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅନୁସାରେ, ବିମାନଟି ରନୱେରୁ ମାତ୍ର ୧୦ ସେକେଣ୍ଡ ଦୂରରେ ଥିବା ବେଳେ ଅଘଟଣ ଘଟିଛି ।

ବିମାନ ବନ୍ଦରର ରନୱେ ପୂର୍ବରୁ ପଶ୍ଚିମ ଦିଗକୁ ରହିଛି । ବିମାନ ଅବତରଣ ପାଇଁ କ୍ୟାପଟେନ୍ ଅନୁମତି ମାଗିଥିଲେ । ଏଟିସି ପକ୍ଷରୁ ମଧ୍ୟ ଅନୁମତି ଦିଆଯାଇଥିଲା । କିନ୍ତୁ କିଛି ସମୟ ପରେ ପାଇଲଟ୍ ପଶ୍ଚିମ ଦିଗରୁ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ଦୁର୍ଘଟଣା ପରେ ନେପାଳ ସରକାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି । ଏବେ ସୁଦ୍ଧା ୪୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିମାନରେ ୫ ଜଣ ଭାରତୀୟ ମଧ୍ୟ ଥିଲେ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.