Latest Odisha News

୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇ ମାମଲାରେ ଭଦ୍ରକର ୬ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭଦ୍ରକ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ପ୍ରାୟ ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭଦ୍ରକ ଅଞ୍ଚଳରୁ ୬ଜଣ ଯୁବକଙ୍କୁ ଗିରଫ କଲା ମୁମ୍ବାଇର ବାନ୍ଦ୍ରା କୋଲାର ସାଇବର ପୋଲିସ। ଗତ କିଛି ମାସ ପୂର୍ବରୁ ବାନ୍ଦ୍ରା କୋଲାର ସାଇବର ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା । ଏଥିରେ ୫୪ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା।

ତେଣୁ ବାନ୍ଦ୍ରା କୋଲାର ସାଇବର ପୋଲିସ ଘଟଣା ତଦନ୍ତ ଆରମ୍ଭ କରିବା ସହିତ ଏଥିରେ ଭଦ୍ରକ ଅଞ୍ଚଳର ୬ ଜଣ ଯୁବକ ସମ୍ପୃକ୍ତ ଥିବା ଜାଣିବାକୁ ପାଇବା ପରେ ବାନ୍ଦ୍ରା ଥାନାର ପୋଲିସ ଅଧିକାରୀ ପୁନମ ଯାଦବ ଓ ନିତିନ ଗଛେଙ୍କ ନେତୃତ୍ୱରେ ୫ ଜଣିଆ ସାଇବର ପୋଲିସ ଭଦ୍ରକରେ ପହଞ୍ଚିଥିଲା। ଭଦ୍ରକ ଟାଉନ ପୋଲିସ ସହଯୋଗରେ ମୋବାଇଲ ଟ୍ରାକିଂ କରି ଏହି ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ନେଲା ପୋଲିସ।

ଏହି ୬ ଯୁବକଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଆଜି ସେମାନଙ୍କୁ ମୁମ୍ବାଇ ନିଆଯିବା ସହ ସେଠାରେ ରଖି ଅଧିକ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.