Latest Odisha News

BREAKING NEWS

ରିପବ୍ଲିକ୍ ଟିଭିର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ‘ଏଫ୍‌ଆଇଆର୍‌’ ଦାଏର କରିଛି ମୁମ୍ବାଇ ପୁଲିସ

ମୁମ୍ବାଇ: ମୁମ୍ବାଇ ପୁଲିସ ରିପବ୍ଲିକ୍ ଟିଭି ସମ୍ପାଦନା ମଣ୍ଡଳୀ‌ର ପ୍ରାୟ ୧୦୦୦ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି ।  ଭାରତ ଇତିହାସରେ ପ୍ରଥମ ଥର ଲାଗି ମୁମ୍ବାଇ ପୁଲିସ ସମ୍ପାଦନା ବିଭାଗର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ଏଫ୍‌ଆଇଆର୍‌ ଦାଏର କରିଛି ବୋଲି ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କହିଛନ୍ତି ।  ରିପୋର୍ଟ ଅନୁସାରେ, ପୁଲିସ୍ ଆକ୍ଟ୍‌ର ଧାରା ୩ (୧) ଓ ଆଇପିସିର ବିଭିନ୍ନ ଧାରା‌ରେ ଏନ୍‌ଏମ୍ ଯୋଶୀ ମାର୍ଗ ପୁଲିସ ଏହି ମାମଲା ରୁଜୁ କରିଛି ।

ଅଭିଯୋଗକାରୀ ସ୍ପେସାଲ୍ ବ୍ରାଞ୍ଚ୍ -୧ର ସବ୍‌ଇନ୍ସ୍‌ପେକ୍ଟର୍ ଶଶୀକାନ୍ତ ପାୱାର୍ ରିପବ୍ଲିକ୍ ଟିଭିର ‌ଡେପୁଟି ଏଡିଟର୍ ସାଗରିକା ମିତ୍ର, ଆଙ୍କର୍ ଶିବାନୀ ଗୁପ୍ତା, ଡେପୁଟି ଏଡିଟର୍ ଶାୱନ ସେନ୍, ଏକ୍ଜିକ୍ୟୁଟିଭ୍ ଏଡିଟର୍ ନିରଞ୍ଜନ ନାରାୟାଣସ୍ବାମୀ ଏବଂ ଅନ୍ୟ ସମ୍ପାଦନା କର୍ମଚାରୀ ଓ ‘ନିଉଜ୍‌ରୁମ୍ ଇନ୍ ଚାର୍ଜ’ଙ୍କ ନାମରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.