Latest Odisha News

BREAKING NEWS

ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୧୫ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ସାମ୍ କୁରାନଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ମୁମ୍ବାଇ ସମ୍ମୁଖରେ ୧୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ସାମ କୁରାନ ୫୨ ରନ୍‌ର ଇନିଂସ୍ ଖେଳି ଶେଷ ବଲ୍‌ରେ ଆଉଟ ହୋଇଥିଲେ । ଆହତ କାରଣରୁ ଆଜି ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି । ଏହି କାରଣରୁ କାଏରନ ପୋଲାର୍ଡ ଦଳ ନେତୃତ୍ୱ ନେଉଛନ୍ତି । ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ଠିକ୍ ସାବ୍ୟସ୍ତ କରି ପ୍ରଥମ ଓଭର୍‌ରୁ ୱିକେଟ ଝାଡ଼ିବା ଆରମ୍ଭ କରିଥିଲେ ଟ୍ରେଣ୍ଟ ବୋଲ୍ଟ ।  ଚେନ୍ନାଇ ୩ ରନ୍‌ରେ ୪ଟି ୱିକେଟ ହରାଇଥିଲା ।

BjdElectrycity

ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ସ୍ଥିତି ସମ୍ଭାଳିବାକୁ ଚାହିଁଥିଲେ । ହେଲେ ବୋଲ୍ଟ ନିଜର ତୃତୀୟ ଓଭର୍‌ରେ ଜାଡେଜା(୭)ଙ୍କୁ ଆଉଟ କରିଥିଲେ । ୧୬ ରନ୍ କରିଥିବା ଧୋନିଙ୍କ ୱିକେଟ ରାହୁଲ ଚହର ନେଇଥିଲେ । କୁରାନ ତାଙ୍କ ୫୨ ରନ୍‌ର ଇନିଂସ୍‌ରେ ୪ଟି ଚୌକା ଓ ୨ଟି ଛକା ମାରିଛନ୍ତି । ମୁମ୍ବାଇ ପକ୍ଷରୁ ବୋଲ୍ଟ ୪ଟି ୱିକେଟ ନେଇଛନ୍ତି ।

Leave A Reply

Your email address will not be published.