Latest Odisha News

BREAKING NEWS

ଟିଆରପି ସ୍କାମ : ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍

ମୁମ୍ବାଇ : ଟିଆରପି ସ୍କାମ ମାମଲାରେ କୋର୍ଟରେ ଦାଖଲ ହୋଇଛି ଚାର୍ଜ ସିଟ୍ । ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ନାଁ ରହିଛି । କୋର୍ଟରେ ୧୮୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ ଦାଖଲ କରିଛି ମୁମ୍ବାଇ ପୋଲିସ ।

ଟିଆରପି ସ୍କାମ୍ ଘଟଣାରେ ପୋଲିସ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ଏଆରଜି ଆଉଟଲିୟର ମିଡିଆର ୪ ଜଣଙ୍କ ନାଁ ଚାର୍ଜସିଟରେ ରଖିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ପ୍ରିୟା ମୁଖାର୍ଜୀ, ଶିଭେନ୍ଦୁ ମୁଲେକର ଓ ଶିବ ସୁନ୍ଦରମ ।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ବ୍ରଡକାଷ୍ଟ ଅଡିଏନସ ରିସର୍ଚ୍ଚ କାଉନସିଲ ବା ବାର୍କର ସିଇଓ ପାର୍ଥ ଦାସଗୁପ୍ତା ଓ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚନ୍ଦାନିଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ କରିଛି ପୋଲିସ । ସମସ୍ତଙ୍କ ବିରୋଧରେ ଠକେଇ, ଜାଲିଆତି, ଅପରାଧ ଷଡଯନ୍ତ୍ର ଆଦି ଅଭିଯୋଗ ରହିଛି । ଗତ ମାର୍ଚ୍ଚ ୨୪ ତାରିଖରେ ଗିରଫଦାରିରୁ ଅର୍ଣ୍ଣବଙ୍କୁ ବମ୍ବେ ହାଇକୋର୍ଟ ସୀମିତ ସୁରକ୍ଷା ଦେଇଥିଲେ । ମିଥ୍ୟା ଟିଆରପି ମାମଲା ଗତ ବର୍ଷ ଅକ୍ଟୋବରରେ ସାମ୍ନାକୁ ଆସିଥିଲା । ଏହାପରେ ଆରମ୍ଭ ହୋଇଥିଲା ତନାଘନା ।

Leave A Reply

Your email address will not be published.