ମୁମ୍ବାଇ: କରୋନାର ଆଉ ଏକ ଭୟଙ୍କର ପ୍ରଜାତି ଡେଲଟା ପ୍ଲସ୍ କାରଣରୁ ମୁମ୍ବାଇ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଏମସି ଅଧିକାରୀଙ୍କ ଅନୁଯାୟୀ, ଗତ ମାସରେ ଜଣେ ୬୩ ବର୍ଷିୟା ମହିଳା କରୋନା ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ।
ଅଧିକାରୀ କହିଛନ୍ତି ଯେ ମୃତ ମହିଳା ଜଣକ ଉଭୟ ଡୋଜ ଟିକା ନେଇଥିଲେ। ଏହି ସମୟରେ ସେ କେଉଁଆଡେ ଯାତ୍ରା ମଧ୍ୟ କରିନଥିଲେ। ତେବେ ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ। ସେ କରୋନାଭାଇରସ୍ରେ ସଂକ୍ରମିତ ହେବା ପୂର୍ବରୁ ସେ ଅସୁସ୍ଥ ଥିଲେ।
୬୩ ବର୍ଷ ବୟସ୍କା ମହିଳା ଜୁଲାଇ ୨୧ରେ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଜୁଲାଇ ୨୭ ରେ ମୃତ୍ୟୁ ବରଣ କରିଥିଲେ।
Comments are closed.