Latest Odisha News

BREAKING NEWS

ପୌର ନିର୍ବାଚନ ଫଳାଫଳ: ପିପିଲି ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଶେଖ ବାବୁ ବିଜୟୀ

ପୌର ନିର୍ବାଚନ ଫଳାଫଳରେ ପିପିଲିରେ ବିଜେଡିର ବାଜିମାତ୍

ପିପିଲି : ପୌର ନିର୍ବାଚନ ଫଳାଫଳରେ ବିଜେଡିର ବାଜିମାତ୍ । ପିପିଲି ଏନଏସିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ଶେଖ ବାବୁ ବିଜୟୀ ହୋଇଛନ୍ତି । । ବର୍ଷ ବର୍ଷ ଧରି ପିପିଲି ଏନଏସିରେ ରାଜ କରୁଥିବା କଂଗ୍ରେସ ତଳକୁ ଖସିଛି ।

ନିର୍ବାଚନ ଫଳାଫଳ ଜଣାପଡିବା ପରେ ବିଜେଡି ୧୩ ଟି ୱାର୍ଡ ହାତେଇଥିବା ବେଳେ ବିଜେପି ୨ଟି ଓ ସ୍ୱାଧିନ ଗୋଟିଏ ୱାର୍ଡରେ ବିଜୟୀ ହୋଇଛି । ବିଜେଡି ଅଧ୍ୟକ୍ଷ ଶେକ ବାବୁ ତାଙ୍କ ନିକଟତମ ପ୍ରତିତ୍ୱନ୍ଦିଙ୍କ ଠାରୁ ୨୧୦୪ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି ।ଚଳିତ ଥର ଅଧ୍ୟକ୍ଷ ପଦ ପାଇଁ ପିପିଲିରୁ ୫ ଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ । ବିଜେଡିର ଶେଖ ବାବୁ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.