Latest Odisha News

BREAKING NEWS

ବକ୍ସ ଅଫିସ କଲେକ୍ସନରେ ରେକର୍ଡ କଲା ଆରଆରଆର

ମୁମ୍ବାଇ: ବକ୍ସ ଅଫିସ କଲେକ୍ସନରେ ରେକର୍ଡ କରିଛି ଏସଏସ ରାଜମୌଲୀଙ୍କ ଆରଆରଆର । ପ୍ରଥମ ଦିନ ଏହି ଫିଲ୍ମ ୨୫୭ କୋଟି ଟଙ୍କା ଆୟ କରି ବାହୁବଳୀ ରେକର୍ଡ ଭଙ୍ଗ କରିଛି । ବାହୁବଳୀ ୨ ଫିଲ୍ମ ୨୧୭କୋଟି ଟଙ୍କା ଆୟ କରିଥିଲା । ଭାରତୀୟ ଫିଲ୍ମ ଇତିହାସରେ ଏହା ସର୍ବାଧିକ ଓପନିଂ ଡେ କଲେକ୍ସନ । ମନୋବାଲା ବିଜୟବାଲନ ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

ରାମଚରଣ, ଜୁନିୟର ଏନଟିଆର ଓ ଅଜୟ ଦେବଗନ ଅଭନୀତି ଏହି ଫିଲ୍ମ ଆନ୍ଧ୍ର ପ୍ରଦେଶ ଓ ତାମିଲ ଷ୍ଟେଟସରେ ୧୨୦ କୋଟି, କର୍ଣ୍ଣାଟକରେ ୧୬.୪୮, ତାମିଲନାଡୁରେ ୧୨.୭୩, କେରଳରେ ୪.୩୬, ହିନ୍ଦୀ ଭାଷା ଅଂଚଳରେ ୨୫ କୋଟି ଏବଂ ଅନ୍ୟ ରାଜ୍ୟଗୁଡିକରେ ୨୫ କୋଟି ଆୟ କରିଛି । ସେହିପରି ବିଦେଶରେ ୭୮.୨୫କୋଟି କଲେକ୍ସନ ରହିଛି । ଅଷ୍ଟ୍ରେଲିଆରେ ଏହା ବ୍ୟାଟମ୍ୟାନକୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.