Latest Odisha News

ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା: ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ବିଜୟ ଉତ୍ସବ କରିପାରିବେନି । ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେହି ବି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି ।

ଭୋଟ୍ ଗଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁ ରୁମରେ ଭୋଟ୍ ଗଣତି ହେଉଛି , ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେଉଁମାନେ ସେହି ରୁମକୁ ପ୍ରବେଶ କରୁଛନ୍ତି ତାଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ ଭିତରକୁ ଛଡାଯାଉଛି ।

ପାଖାପାଖି ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେଥିରେ ୭ଜଣ ଆଡିସିନାଲ୍ ଡିସିପି ସାମିଲ୍ ଅଛନ୍ତି ।

Leave A Reply

Your email address will not be published.