Latest Odisha News

BREAKING NEWS

ସେବାୟତ କାଳିଆ ହତ୍ୟା ମାମଲା : କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବେ ଅଭିଯୁକ୍ତ

 ପୁରୀ : ବହୁ ଚର୍ଚ୍ଚିତ ଶ୍ରୀମନ୍ଦିରେ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ଓରଫ କାଳିଆଙ୍କ ହତ୍ୟା ମାମଲା । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ମିଳିଲା ରିମାଣ୍ଡ । ପୋଲିସ ଅଭିଯୁକ୍ତ ମାନଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲା ।ହେଲେ ଏସଡିଜେଏମ କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ଅଭିଯୁକ୍ତ ମାନଙ୍କୁ ନେଇ ପଚରା ଉଚରା କରିବ ପୋଲିସ ।

ରିମାଣ୍ଡରେ ପାଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି କୁନମୁନି ସୁଆର, ପ୍ରଫୁଲ ମହାପାତ୍ର,ହରିହର ପଣ୍ଡା,ଆଶିଷ ମହାପାତ୍ର । ଏହି ୪ ଜଣ ଅଭିଯୁକ୍ତଙ୍କୁ ନେଇ ସ୍କ୍ରିନ ରି କ୍ରିଏସନ କରିବ ପୋଲିସ । ହତ୍ୟା କେମିତି କଲେ । ଏହି ହତ୍ୟା କାଣ୍ଡର ପ୍ରକୃତ କାରଣ କଣ ସେନେଇ ଅଭିଯୁକ୍ତ ମାନେ ଡେମୋ ଦେଖେଇବେ ।

ତେବେ ଏହି ମାମଲା ସହିତ ଅନ୍ୟକେଉଁମାନେ ଜଡିତ ଅଛନ୍ତି ସେନେଇ ତଦନ୍ତ କରୁଛି । ପୋଲିସ ସୂଚନା ଅନୁସାରେ ମାର୍ଚ୍ଚ ୧୬ ତାରିଖରେ ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.