Latest Odisha News

ପୋଲିସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଷ୍ଟାଇଲ୍ କପି… 

ମୁମ୍ବାଇ: ମୁମ୍ବାଇ ପୋଲିସରେ ନିଯୁକ୍ତି ପାଇଁ ଚାଲିଥିବା ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଛନ୍ତି। ତାଙ୍କୁ ପୋଲିସ ମଧ୍ଯ ଗିରଫ କରିଛି।

‘ମୁନ୍ନା ଭାଇ ଏମବିବିଏସ ଫିଲ୍ମ’ର ଏକ କପି ସିନ୍ ଭଳି ପରୀକ୍ଷା ଚାଲିଥିବା ସମୟରେ ଜଣେ ପରୀକ୍ଷାର୍ଥୀ ମାଇକ୍ରୋଫୋନ୍ ଡିଭାଇସ୍ ବ୍ୟବହାର କରି କପି କରିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ରାୟଗଡ଼ ମିଲିଟାରୀ ସ୍କୁଲର ହଲ୍ ନମ୍ବର ୩୧୨ର ନ୍ୟୁ ଲିଙ୍କ ରୋଡ ସ୍ଥିତ ଓଶିୱାରା ଯୋଗେଶ୍ୱରୀ ପଶ୍ଚିମ ପରୀକ୍ଷା କେନ୍ଦ୍ରରେ ଘଟିଛି।

ଏହି ମାମଲାରେ ପୋଲିସ ୨୨ ବର୍ଷୀୟ ପରିକ୍ଷାର୍ଥୀ କୁଶନା ଦଲୱିଙ୍କୁ ଗିରଫ କରିଛି। ପରୀକ୍ଷା ଖାତାରେ ଉତ୍ତର ଲେଖିବା ସମୟରେ କୁଶନା ନିଜ କାନ ଭିତରେ ମାଇକ୍ରୋଫୋନ୍ ଡିଭାଇସ୍ ପୁରାଇ କପି କରୁଥିଲେ। ତେବେ ପର୍ଯ୍ୟବେକ୍ଷକଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଯାହା ପରେ ସେମାନେ ତାଙ୍କୁ ଗିରଫ କରିଥିଲେ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ବନ୍ଧୁ ସଚିନ ବାୱାସ୍କର, ପ୍ରଦୀପ ରାଜପୁତ ଏହି ଡିଭାଇସ୍ ମାଧ୍ୟମରେ ତାଙ୍କୁ ଉତ୍ତର ବତାଇବାରେ ସାହାଯ୍ୟ କରୁଥିଲେ। କୁଶନା ଜାଲନାର ଭୋକରଦନର ମାନପୁର ଗାଁର ବାସିନ୍ଦା ଅଟନ୍ତି। ତେବେ ଓଶିୱାରା ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

Comments are closed.