Latest Odisha News

BREAKING NEWS

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ, ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର

ରାଉରକେଲା: ଗୁଳିର ଜବାବ ଗୁଳି । ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସରକାରୀ ଜମି କବଜାକୁ ନେଇ ରବିବାର ସ୍ଥାନୀୟ ଚୁନୁ ଓରାମଙ୍କ ଗୁଳିରେ ବାଞ୍ଛାଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଭୋରରେ ପୋଲିସ ଚୁନୁକୁ ଏନକାଉଣ୍ଟର କରିଛି ।

ରଘୁନାଥପାଲି ଜଲଦା ଅଞ୍ଚଳରେ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଚୁନୁର ଅବସ୍ଥା ଗୁରୁତର ରହିଛି । ତାକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଅଭିଯୁକ୍ତର ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

ରବିବାର ସରକାରୀ ଜମିକୁ ନେଇ ଚୁନୁ ୪୨ ବର୍ଷୀୟ ବାଞ୍ଛାନିଧି ତନ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲା । ଅଭିଯୋଗ ଅନୁସାରେ, ଚୁନୁ ସରକାରୀ ଜାଗାରେ ଅବୈଧ ନିର୍ମାଣ କରିବା ଘର ଭଡ଼ା ଦେଇଛନ୍ତି । ସେହି ଜମିର କିଛି ଅଂଶ ବାଞ୍ଛା କବଜା କରିବାକୁ ଉଦ୍ୟମ କରିବା ବେଳେ ଝଗଡ଼ା ପରେ ଗୁଳିମାଡ଼ କରିଥିଲା ଚୁନୁ ।

Leave A Reply

Your email address will not be published.