Latest Odisha News

BREAKING NEWS

‘ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେଉଛି ପୋଲିସ, ଡିଜିପି ଅପାରଗ’

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଯାହାକୁ ନେଇ ଏବେ ପୂର୍ବତନ ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଡିଜିପିଙ୍କ ସମେତ ପୋଲିସକୁ ସମାଲୋଚନା କରିଛନ୍ତି। ପୋଲିସ ଏହି ମାମଲାରେ ଦୋଷୀଙ୍କୁ ସୁରକ୍ଷା ଯୋଗାଉଥିଲା। ଯାହା ଇଡିର ତଦନ୍ତ ପରେ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।

ଏହି ବହୁଚର୍ଚ୍ଚିତ ମାମଲାରେ ଓଡିଶା ପୋଲିସ ଦୋଷୀକୁ ସୁରକ୍ଷା ଦେଉଛି। ତେଣୁ ସେ ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ। କାରଣ ଯାହାକୁ ପୋଲିସ ଛାଡ଼ି ଦେଇଥିଲା ତାକୁ ଏବେ ଇଡି ଗିରଫ କରିଛି। ଏହାକୁ ନେଇ ସେ ଆଗାମୀ ଦିନରେ ବିଧାନସଭାର ଉଠାଇବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ପୋଲିସ ଯେଉଁ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିବା ଛାଡି ଦେଇଥିଲା ତାକୁ ଇଡି କିପରି ଗିରଫ କଲା? ନିଶ୍ଚିତ ଭାବେ ଇଡି ପାଖରେ ପ୍ରମାଣ ରହିଛି। ତେଣୁ ସେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। ଯେହେତୁ ଏହି ମାମଲାରେ ଶାସକ ଦଳର ନେତାଙ୍କ ସଂପୃକ୍ତି ଆସିଛି ତେଣୁ ପୋଲିସ ସରକାରଙ୍କ ହାତ ବାରିସି ସାଜିଛି । ଡିଜିପି ସମୂର୍ଣ୍ଣ ଅପାରଗ ବୋଲି ନରସିଂହ କହିଛନ୍ତି।

ତେବେ ନରସିଂହ ଏପରି କହିବା ବେଳେ ବିରୋଧୀ ଦଳ ବିଜେପିକୁ ମଧ୍ୟ ପରୋକ୍ଷରେ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି। ଚିଟଫଣ୍ଡ ତଦନ୍ତ କଥା ଉଠାଇ ସେ କହିଛନ୍ତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏହି ମାମଲାରେ ଯେଉଁମାନଙ୍କ ନାଁ ଆସିଛି ସମସ୍ତେ ଶାସକ ଦଳର (ବିଜେଡି ନେତା ରାଜ୍ୟରେ, ବିଜେପି ନେତା କେନ୍ଦ୍ରରେ)। ଚିଟଫଣ୍ଡ ତଦନ୍ତ ବେଳେ ଯେପରି ହୋଇଥିଲା ସେହିପରି ଏହି ମାମଲାର ତଦନ୍ତ ନହେଉ ବୋଲି ସେ ଆଶା କରିଛନ୍ତି। ତେବେ ଏସଆଇଟି ତଦନ୍ତ ଉପରେ ଭରସା ରହିଛି ହେଲେ ଦୋଷୀ କିଏ ବୋଲି ତଦନ୍ତରୁ ସ୍ପଷ୍ଟ ହେବାକୁ ସମୟ ଗଡି ନଯାଉ ବୋଲି ନରସିଂହ ମିଶ୍ର କହିଛନ୍ତି।

ସେପଟେ ଏସଆଇଟିର ଅପାଧ୍ୟକ୍ଷ ଜଷ୍ଟିସ ପଶାୟାତ କହିଛନ୍ତି, ଏହି ମାମଲାରେ ୨୦ କୋଟି ଟଙ୍କାର କାରବାର ହୋଇଛି ।

Leave A Reply

Your email address will not be published.