Latest Odisha News

ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା ।  ଏହି ହତ୍ୟାକାଣ୍ଡ  ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି। ଟାଙ୍ଗିଆରେ ଆଣି ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଛନ୍ତି।

ସୂଚନାମୁତାବକ,ଶନିବାର ମଧ୍ୟାହ୍ନ ସମୟରେ ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ବାଇକ୍‌ରେ ଜଣେ ଯାଉଥିବା ସମୟରେ ହଠାତ୍‌ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ବାଇକ ଆରୋହୀ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ହତ୍ୟା କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକ ମୃତଦେହ ପଡିଥିବାର ଦେଖି ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ପରିବାରଲୋକେ ପହଞ୍ଚିବା ପରେ ଯୁବକଙ୍କ ପରିଚୟ ମିଳିଛି l ତାଙ୍କ ନାମ ରାମ ଦାସ ବୋଲି ଜଣାପଡ଼ିଛି ।

ପ୍ରାରମ୍ଭିକ ସୂଚନାନୁଯାୟୀ, ରାମ ହେଉଛନ୍ତି ଚିମିନିଭାଟି ପଡ଼ାର ଜଣେ ଟ୍ରକ ଡ୍ରାଇଭର । ହେଲେ ତାଙ୍କ ନିକଟରେ ଯେଉଁ ବାଇକ୍‌ ଛିଡା ହୋଇଛି ତାହା କୁରୁଲ ଗ୍ରାମର କୃଷ୍ଣ ରାଉତଙ୍କର ବୋଲି ଜଣାପଡ଼ିଛି। ଟଙ୍କା ପଇସାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି।

Comments are closed.