Latest Odisha News

BREAKING NEWS

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନୟାଗଡ଼: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ l ଗୋଡ଼ାଇ ଗୋଡ଼ାଇ ହାଣିଦେଲେ l ଭୋର ୪ଟା ବେଳେ ମାରିଦେଲେ ଦୁର୍ବୃତ୍ତ l ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଇଁଶିଆପଡ଼ା ଗାଁରେ l

ମୃତକ ହେଲେ ଗାଁର କ୍ଷେତ୍ରବାସୀ ମହାପାତ୍ର l ଗାଁ ଦାଣ୍ଡରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦିଆଯାଇଥିବା ଅଭିଯୋଗ ହୋଇଛି l ଗାଁ ଦାଣ୍ଡରେ ପଡ଼ି ରହିଥିଲା ମୃତଦେହ l ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଖୋଳତାଡ ଜାରି ରଖିଛି l ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l

ଅଭିଯୋଗ ହୋଇଛି ଗତକାଲି ଜମିକୁ କ୍ଷେତ୍ରବାସୀ ମହାପାତ୍ର ଓ ଜଗବନ୍ଧୁ ମହାପାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା l ହାତାହାତି ଯାଏଁ କଥା ଯାଇଥିଲା l ପରେ ଏହାର ସମାଧାନ କରିଥିଲେ ଗାଁଲୋକ l ଏହି କଥାକୁ କେନ୍ଦ୍ର କରି ରାତିରେ ପୁଣି ଥରେ ବିବାଦ ତେଜିଥିଲା l ଏହାପରେ କ୍ଷେତ୍ରବାସୀଙ୍କ ମୃତଦେହ ଗାଁ ଦାଣ୍ଡରୁ ଉଦ୍ଧାର ହୋଇଛି l ଜଗବନ୍ଧୁ ମହାପାତ୍ରଙ୍କୁ ଅଟକ ରଖିଛି ଇଟାମାଟି ଥାନା ପୋଲିସ l

Leave A Reply

Your email address will not be published.