Latest Odisha News

ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ଆତ୍ମହତ୍ୟା କଲେ ୯୪ ବର୍ଷୀୟା ବୃଦ୍ଧା

ଗୁରୁଗ୍ରାମ: ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ୧୫ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ୯୪ ବର୍ଷୀୟା ବୃଦ୍ଧା।

ସୂଚନାନୁସାରେ, ମୃତ ବୃଦ୍ଧାଙ୍କ ନାମ ଉର୍ମିଲା ଆଡଭାନୀ ବୋଲି ଜଣାପଡିଛି। ଦୁଇ ବର୍ଷ ପୂର୍ବେ ଉର୍ମିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସେ ଖୁବ ଅବସାଦରେ ରହୁଥିଲେ । ତେବେ ମଙ୍ଗଳବାର ଦିନ ସେ ଗୁରୁଗ୍ରାମର ସେକ୍ଟର ୪୮, ସେଣ୍ଟ୍ରାଲ ପାର୍କ -୨ ରେ ଥିବା ତାଙ୍କ ବାସଭବନରୁ ଡେଇଁପଡିଥିଲେ। ସଦର ପୋଲିସ ଦେଇଥିବା ସୁଚନା ଅନୁଯାୟୀ, ଉର୍ମିଲା ଆଡଭାନୀ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ଅର୍ଜୁନ ଆଡଭାନୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସେ ଖୁବ ଆଘାତ ପାଇଥିଲେ ।

“ସୋମବାର ସକାଳେ ତାଙ୍କ ପୁଅ ଅନିଲ ବାହାରକୁ ଯାଇଥିଲେ। ବୋହୂ ଏବଂ ନାତି ସେମାନଙ୍କ ରୁମରେ ଥିଲେ। ଏହି ସମୟରେ ଉର୍ମିଲା ତାଙ୍କ ରୁମ ବାଲକୋନିରେ ଯାଇ1 ତଳକୁ ଡେଇଁପଡିଥିଲେ। ଲୋକମାନେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥଲେ।”

ପ୍ରାଥମିକ ଅନୁସନ୍ଧାନରୁ ମହିଳା ଜଣକ ନିଜେ ଡେଇଁ ପଡ଼ିଥିବା ଜଣାପଡିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.