Latest Odisha News

ପୁଅର ଜୀବନ ନେଇଥିବା ଜହ୍ଲାଦ ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ପୁତ୍ର ହନ୍ତା ବାପାକୁ ଆଜୀବନ କାରାଦଣ୍ଡାଦେଶ । ଅଭିଯୁକ୍ତ ଦାଶରଥୀ ଟୁଡୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ଏହି ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ ୨ କୋର୍ଟ ।

୫ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୯ ମସିହା ମାର୍ଚ୍ଚ ୧୧ ତାରିଖରେ ଅଭିଯୁକ୍ତ ଦାସରଥୀ ଟୁଡୁ ନିଜ ପୁଅକୁ ହତ୍ୟା କରିଥିଲା । ରାଜଧାନୀର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ହତ୍ୟାକାଣ୍ଡ । ନିଜ ସାବତ ପୁଅକୁ ପ୍ରଥମେ କାନ୍ଥରେ ପିଟିବା ସହ ତାର ମୁଣ୍ଡକୁ ପଥରରେ ଛେଚି ଛେଚି ହତ୍ୟା କରିଥିଲା ଜହ୍ଲାଦ ବାପ ।

ପ୍ରଥମେ ଅଭିଯୁକ୍ତ ବିରୋଧରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ ପରେ ହତ୍ୟା ମାମଲା ରୁଜୁ କରାଯାଇଥିଲା ।

Comments are closed.