Latest Odisha News

ଘର ମାଲିକଙ୍କ ବଦାନ୍ୟତା; ଛାଡ଼ିଲେ ମାସକର ଭଡ଼ା

ବ୍ରହ୍ମପୁର: କରୋନାଭାଇରସର ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏଥିଯୋଗୁଁ କାମଧନ୍ଦା ହରାଇ ଅନେକ ବ୍ୟକ୍ତି ହଇରାଣ ହରକତ ହେଉଥିବା ବେଳେ ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି।

ଏହି ଅସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରହ୍ମପୁରର ଜଣେ ବ୍ୟକ୍ତି ମୁରଲୀ ମୋହନ ଆଚାର୍ଯ୍ୟ।

ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ଆଚାର୍ଯ୍ୟ ଜଣେ ଘର ମାଲିକ ହୋଇଥିଲା ବେଳେ ସେ ପାଖାପାଖି ୧୨ ପରିବାରକୁ ଘର ଭଡା ଦେଇଛନ୍ତି, ଯେଉଁମାନେ ଛୋଟିଆ ବ୍ୟବସାୟୀ କିମ୍ବା ରାସ୍ତାଘାଟରେ ଖାଦ୍ୟ ବିକ୍ରୟ କରିଥାନ୍ତି। ଏମାନେ ଲକଡାଉନ ଯୋଗୁଁ ନିଜନିଜର ଜୀବିକା ହରାଇଛନ୍ତି‌।

ଏହି ପରିବାରଗୁଡିକର ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଶ୍ରୀ ଆଚାର୍ଯ୍ୟ ସେମାନଙ୍କ ଘର ଭଡା ଛାଡ କରିବାକୁ ନିଷ୍ପତ୍ତି ନେବା ସହ ପ୍ରତ୍ୟେକଙ୍କୁ ୨୫ କିଲୋଗ୍ରାମ ଓଜନର ଚାଉଳ ବସ୍ତା ମଧ୍ୟ ପ୍ରଦାନ କରିଥିଲେ।

ଏହି ସଙ୍କଟ ମଧ୍ୟରେ ଭଡାଟିଆଙ୍କ ଉପରେ ଶ୍ରୀ ଆଚାର୍ଯ୍ୟ ଦେଖାଇଥିବା ବଦାନ୍ୟତା ଯୋଗୁଁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।

Comments are closed.