Latest Odisha News

କରୋନା ସହ ଲଢେଇ: ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ୬ଟି ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠାରୁ ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ପଦାଧିକାରୀମାନଙ୍କର ଛୁଟି ବାତିଲ୍ କରାଯାଇଛି ।

ଭଦ୍ରକ ଜିଲ୍ଲାପାଳ ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନଙ୍କର ଛୁଟି ଆଜିଠାରୁ ବାତିଲ୍ କରାଯାଇଛି । କରୋନା ମୁକାବିଲା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଏହା ଏକ ବଡ଼ ନିଷ୍ପତ୍ତି ।

ସେହିପରି ଭାବେ ଭଦ୍ରକ ଜିଲ୍ଲାକୁ ଫେରିଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ଲାଗି ସୁବନେ୍ଦାବସ୍ତ ଓ କଣ୍ଟେନମେଣ୍ଟ୍ ଜୋନର ସୁପରିଚାଳନା ଲାଗି ଏହିପରି କଡ଼ା ନିଷ୍ପତ୍ତି ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.