Latest Odisha News

ଭଦ୍ରକ ପ୍ରଶାସନ ପକ୍ଷରୁ ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଭଦ୍ରକରେ ଆଉ ୬ଟି କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ଧାମନଗର, ବାସୁଦେବପୁର ଏବଂ ତିହିଡି ବ୍ଲକରେ ପ୍ରବାସୀଙ୍କ ପାଇଁ ଥିବା ପାଞ୍ଚଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଭଦ୍ରକ୍ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ସବୁ କ୍ବାରେନଣ୍ଟାଇନ ସେଣ୍ଟର ଗୁଡିକରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲ୍, ପ୍ରତିବନ୍ଧକ, କଟକଣା ଏବଂ ନିୟମ ଲାଗୁ ହେବ।

ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବ୍ଲକରେ ଏହି କେନ୍ଦ୍ରଗୁଡିକ ସ୍ଥାପିତ ହୋଇଛି, ଯାହା ଦ୍ବାରାକି କୋଭିଡ଼-୧୯ ବିସ୍ତାରକୁ ରୋକାଯାଇ ପାରିବ।

ଆହୁରି ମଧ୍ୟ ଜିଲ୍ଲାପାଳ ଜ୍ଞାନ ଦାସଙ୍କଙ୍କ ସୂଚନା ଅନୁଯାୟୀ ସ୍ଥାନୀୟ ବିଡ଼ିଓ ମାନେ କଣ୍ଟେନମେଣ୍ଟ ଜୋନର ତଦାରଖକାରୀ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇବେ।

ଅଧିକ ପଢନ୍ତୁ- କରୋନା ସହ ଲଢେଇ: ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍

Leave A Reply

Your email address will not be published.