ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହିସହ ଓଡିଶାର ଏହି ଆଦିବାସୀ ମହିଳା ନାମରେ ୧୫ଟି ରେକର୍ଡ ଲିପିବଦ୍ଧ ହୋଇଛି । ଆସନ୍ତୁ ଜାଣିବା କଣ କଣ ଏହି ରେକର୍ଡ ?
ଓଡିଶାର ପ୍ରଥମ ରାଷ୍ଟ୍ରପତି: ଆଜି ପର୍ଯ୍ୟନ୍ତ ଓଡିଶାର କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇ ନ ଥିଲେ । ଦ୍ରୌପଦୀ ମୁର୍ମୁ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରିଙ୍କ ସମ୍ବନ୍ଧ ଓଡିଶା ସହ ଥିଲା । ଗିରି ମାଡ୍ରାସ ପ୍ରେସିଡେନ୍ସିର ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଥିଲେ । ଏବେ ଏହା ଓଡିଶାର ଅଛି । ଗିରି ତେଲୁଗୁ ପରିବାର ସହ ଜଡିତ ଓ ତାଙ୍କ କର୍ମଭୂମି ଆନ୍ଧ୍ରପ୍ରଦେଶ ଥିଲା ।
ପ୍ରଥମ ଆଦିବାସୀ ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ଭାବେ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଆଦିବାସୀ ରାଷ୍ଟ୍ରପତି ହୋଇ ନ ଥିଲେ ।
ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି: ଏ ପର୍ଯ୍ୟନ୍ତ ଯେତେ ଜଣ ରାଷ୍ଟ୍ରପତି ପଦରେ ରହିଥିଲେ ସମସ୍ତଙ୍କ ଜନ୍ମ ସ୍ୱାଧୀନତା ପୂର୍ବରୁ ହୋଇଥିଲା । ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ଜନ୍ମ ଦେଶ ସ୍ୱାଧୀନତା ପରେ ହୋଇଛି ।
ଯୁବ ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ ଦେଶର ସବୁଠାରୁ ଯୁବ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ୬୪ ବର୍ଷ ୧ ମାସ ବୟସରେ ଏହି କୀର୍ତିମାନ କରିଥିବା ବେଳେ ତାଙ୍କ ପୂର୍ବରୁ ନୀଲମ ସଞ୍ଜୀବ ରେଡ୍ଡୀ ( ୬୪ ବର୍ଷ ୨ମାସ)ଙ୍କ ନାମରେ ଏହି ରେକର୍ଡ ଥିଲା ।
ଦ୍ୱିତୀୟ ମହିଳା ରାଷ୍ଟ୍ରପତି: ଦ୍ୱିତୀୟ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ପ୍ରତିଭା ପାଟିଲ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ହୋଇଥିଲେ ।
ବିଜେପି ପୃଷ୍ଠଭୂମିର ପ୍ରଥମ ମହିଳା ରାଷ୍ଟ୍ରପତି: ଭାରତୀୟ ଜନତା ପାର୍ଟି ସହ ସିଧାସଳଖ ଜଡିତ ପ୍ରଥମ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ରାମନାଥ କୋବିନ୍ଦ ବିଜେପି ପୃଷ୍ଠଭୂମି ସହ ଜଡିତ ଥିଲେ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.