ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହିସହ ଓଡିଶାର ଏହି ଆଦିବାସୀ ମହିଳା ନାମରେ ୧୫ଟି ରେକର୍ଡ ଲିପିବଦ୍ଧ ହୋଇଛି । ଆସନ୍ତୁ ଜାଣିବା କଣ କଣ ଏହି ରେକର୍ଡ ?
ଓଡିଶାର ପ୍ରଥମ ରାଷ୍ଟ୍ରପତି: ଆଜି ପର୍ଯ୍ୟନ୍ତ ଓଡିଶାର କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇ ନ ଥିଲେ । ଦ୍ରୌପଦୀ ମୁର୍ମୁ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରିଙ୍କ ସମ୍ବନ୍ଧ ଓଡିଶା ସହ ଥିଲା । ଗିରି ମାଡ୍ରାସ ପ୍ରେସିଡେନ୍ସିର ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଥିଲେ । ଏବେ ଏହା ଓଡିଶାର ଅଛି । ଗିରି ତେଲୁଗୁ ପରିବାର ସହ ଜଡିତ ଓ ତାଙ୍କ କର୍ମଭୂମି ଆନ୍ଧ୍ରପ୍ରଦେଶ ଥିଲା ।
ପ୍ରଥମ ଆଦିବାସୀ ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ଭାବେ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଆଦିବାସୀ ରାଷ୍ଟ୍ରପତି ହୋଇ ନ ଥିଲେ ।
ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି: ଏ ପର୍ଯ୍ୟନ୍ତ ଯେତେ ଜଣ ରାଷ୍ଟ୍ରପତି ପଦରେ ରହିଥିଲେ ସମସ୍ତଙ୍କ ଜନ୍ମ ସ୍ୱାଧୀନତା ପୂର୍ବରୁ ହୋଇଥିଲା । ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ଜନ୍ମ ଦେଶ ସ୍ୱାଧୀନତା ପରେ ହୋଇଛି ।
ଯୁବ ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ ଦେଶର ସବୁଠାରୁ ଯୁବ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ୬୪ ବର୍ଷ ୧ ମାସ ବୟସରେ ଏହି କୀର୍ତିମାନ କରିଥିବା ବେଳେ ତାଙ୍କ ପୂର୍ବରୁ ନୀଲମ ସଞ୍ଜୀବ ରେଡ୍ଡୀ ( ୬୪ ବର୍ଷ ୨ମାସ)ଙ୍କ ନାମରେ ଏହି ରେକର୍ଡ ଥିଲା ।
ଦ୍ୱିତୀୟ ମହିଳା ରାଷ୍ଟ୍ରପତି: ଦ୍ୱିତୀୟ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ପ୍ରତିଭା ପାଟିଲ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ହୋଇଥିଲେ ।
ବିଜେପି ପୃଷ୍ଠଭୂମିର ପ୍ରଥମ ମହିଳା ରାଷ୍ଟ୍ରପତି: ଭାରତୀୟ ଜନତା ପାର୍ଟି ସହ ସିଧାସଳଖ ଜଡିତ ପ୍ରଥମ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ରାମନାଥ କୋବିନ୍ଦ ବିଜେପି ପୃଷ୍ଠଭୂମି ସହ ଜଡିତ ଥିଲେ ।
BREAKING NEWS
- Eid-ul-Fitr Celebrations: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- Dhurandhar 2 Box Office Collection:୨ ଦିନରେ ୩୦୦ କୋଟି ପାଖାପାଖି ‘ଧୁରନ୍ଧର ୨’, ଭାଙ୍ଗୁଛି ସବୁ ରେକର୍ଡ
- Orange Warning for Odisha: ସକାଳୁ ବର୍ଷିଲା, ଭିଜିଲା ଏହି ସବୁ ଜିଲ୍ଲା…ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି
- Regularises of Schematic Junior Teachers: ପର୍ମାନେଣ୍ଟ ହେଲେ ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ
- Rajyasabha Cross-Voting: ୬ ବିଧାୟକଙ୍କ କ୍ରସ୍ ଭୋଟିଂ ଉପରେ ବିଜେଡିର ପ୍ୟାନେଲ୍ ବୈଠକ, କି ନିଷ୍ପତ୍ତି ନେବେ ନବୀନ?
- Iran War: ୪ ହଜାର କିମି ଦୂରରେ କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ, ଭାରତ ମହାସାଗରରେ ଆମେରିକୀୟ ଘାଟି ଉପରେ ଆକ୍ରମଣ
- ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ସମ୍ପର୍କରେ ବୈଠକ
- ଦଳବିରୋଧୀ କାର୍ଯ୍ୟରେ ସାମିଲ: ୧୦ ଜଣ ବିଜେଡିରୁ ସସପେଣ୍ଡ
- River front Project:୨୧୦ କୋଟି ଟଙ୍କା ବ୍ୟୟରେ ହେବ ମହାନଦୀ ତଟ ସୌନ୍ଦର୍ଯ୍ୟକରଣ; କାମ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ
- ଜରୁରୀକାଳୀନ ସ୍ଥିତିରେ ୧୧୨ ହେଲ୍ପଲାଇନ୍କୁ ତୁରନ୍ତ ଫୋନ୍ କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା
Comments are closed.