Latest Odisha News

BREAKING NEWS

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ଗ୍ରାମରେ ଦୂର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଘଟିଛି ଏକ ବଡ଼ ଅଘଟଣ । ଗାଁ ନିକଟ ଗଣ୍ଡାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ଦେବାଶିଷ ଜେନା ବୋଲି ଜଣା ପଡ଼ିଛି।

ଦେବାଶିଷଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ରାହାଣିଆ ଗ୍ରାମରେ ହୋଇଥିବାବେଳେ ସେ ପିଲାଦିନୁ ପହଙ୍ଗା ସ୍ଥିତ ତାଙ୍କ ମାମୁ ଘରେ ରହି ପାଠ ପଢୁଥିଲେ। ତେବେ ବୁଧବାର ଦିନ ଗ୍ରାମର ଯୁବକ ମାନଙ୍କ ସହ ମିଶି ସେ ଦୂର୍ଗାମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ । ବିସର୍ଜନ ସମୟରେ ଦୁର୍ଭାଗ୍ୟ ବଶତଃ ପାଣିରେ ବିଡିଯାଇ ନିଖୋଜ ହୋଇଯାଇଥିଲେ ।

ବହୁ ଖୋଜାଖୋଜି କରିବା ପରେ ଦେବାଶିଷଙ୍କ ପତ୍ତା ନମିଳିବାରୁ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଦେବାଶିଷଙ୍କୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲ ରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.