ମୁମ୍ବାଇ: ପ୍ରସିଦ୍ଧ ସଂଗୀତ ରଚୟତା ଶ୍ରବଣ ରାଥୋଡଙ୍କର କରୋନା ଯୋଗୁ ଗୁରୁବାର ମୁମ୍ବାଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।
ତାଙ୍କ ପୁଅ ସଂଗୀତଜ୍ଞ ସଞ୍ଜୀବ ରାଥୋଡ କହିଛନ୍ତି ଯେ ରାତି ପ୍ରାୟ ୧୦.୧୫ ସମୟରେ ତାଙ୍କର ଦେହାନ୍ତ ହୋଇଛି।
ଏହି ଭୂତାଣୁ ସଂକ୍ରମିତ ହେବା ପରେ ଶ୍ରବଣଙ୍କୁ ଗୁରୁତର ଅବସ୍ଥାରେ ସୋମବାର SL ରହେଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୯୯୦ ରେ ଆଶିକୀରେ ନଦିମ-ଶ୍ରବଣ ସେମାନଙ୍କର ବଲିଉଡ୍ ବ୍ରେକ୍ ପାଇଥିଲେ। ଯାହା ସଙ୍ଗୀତ ଜଗତରେ ରେକର୍ଡ ସୃଷ୍ଟି କରିଥିଲା। ଏହି ଯୋଡି ୯୦ ଦଶକ ଏବଂ ଏହାପରେ ପରେ ମଧ୍ୟ ଅନେକ ହିଟ୍ ଟ୍ରାକ୍ ଭେଟି ଦେଇଥିଲେ। ସେଥିମଧ୍ୟରୁ ସାଜନ, ସଡ଼କ, ଫୁଲ୍ ଔର୍ କାଣ୍ଟେ, ଦିୱାନା, ହମ ହୈ ରାହି ପ୍ୟାର କେ, ରାଜା, ଅଗ୍ନି ସାକ୍ଷୀ, ଜିତ୍, ପରଦେଶ ଏବଂ ରାଜା ହିନ୍ଦୁସ୍ତାନୀ ଭଳି ଅନେକ ସୁପର୍ହିଟ୍ ଗୀତ ସହ ବଲିଉଡ୍ରେ ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା କରିଥିଲେ।
Comments are closed.