ଭୁବନେଶ୍ୱର: ରିଲିଜ୍ ହୋଇଛି ମ୍ୟୁଜିକ୍ ଭିଡିଓ ‘ସ୍ଲୋ ମୋଶନ ଚାଲି’। ମିସ୍ ଇଣ୍ଡିଆ ଚାର୍ମିଂ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର ଏଥିରେ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି
ଭୂମିକାରେ ଅଭିନେତ୍ରୀ ସୋନିତା ଦାସ । ୟୁନିକ୍ ଥ୍ରୀ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମୌସମ ସାହୁ ।
‘ସ୍ଲୋ ମୋଶନ ଚାଲି’ହେଉଛି ଏକ କ୍ଲବ ଗୀତ । ନ୍ୟୁ ଇୟର ଡ୍ୟାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗ୍ର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ
ଶୈଳୀରେ ନିର୍ମିତ ହୋଇଛି । ଏହାର ଗୀତ ରଚନା କରିଛନ୍ତି କପିଳେଶ୍ୱର ରାଉତ । ସଙ୍ଗୀତରେ ସଜେଇଛନ୍ତି ଅନୁରାଗ ପଟ୍ଟନାୟକ । ଭିଟ୍ୟୁନ୍ ପ୍ରୋ
ୟ୍ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ‘ସ୍ଲୋ ମୋଶନ ଚାଲି’ ।
Comments are closed.