Latest Odisha News

BREAKING NEWS

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ବ୍ୟାଙ୍କରୁ ଫେରି ଜଟଣୀ ସ୍ଥିତ ତାଙ୍କ ଘରେ ବସିଥିବା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅନେକ ଓଡ଼ିଆ ହିଟ୍ ଫିଲ୍ମରେ ରାଜୁ ମିଶ୍ର ନିର୍ଦ୍ଦେଶନା ଦେଇଥିଲେ । ବିଭିନ୍ନ ଭାଷାରେ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର । ୨୦୧୨ ମସିହାରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ମମତା ମାଗେ ଫୁଲ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

Leave A Reply

Your email address will not be published.