Latest Odisha News

BREAKING NEWS

ଗୀତା ଓ ଶ୍ରୀରାମଚରିତ ମାନସ ପଢୁଥିବାରୁ ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ !

ଆଗ୍ରା: ଗୀତା ଓ ରାମଚାରିତ ମାନସ ପଢ଼ୁବାରୁ ଆଗ୍ରାରେ ଜଣେ ୫୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ଘରେ ପଶି ନିର୍ଘାତ ମାଡ଼ ମରିଛନ୍ତି ଦୁଇ ମୁସଲିମ ଯୁବକ ।

ଟାଇମସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମାଡ ଖାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଗ୍ରାର ଦିଲସେର । ଆଗ୍ରାସ୍ଥିତ ଏକ ଫ୍ୟାକଟ୍ରିରେ ଦିଲସାର ସୁରକ୍ଷାକର୍ମୀ ଭାବେ କାମ କରନ୍ତି ।

ସେ ପ୍ରତିଦିନ ଘରେ ଗୀତା ଓ ଶ୍ରୀରାମଚରିତ ପାଠ କରନ୍ତି । ତେବେ ଘଟଣା ଦିନ ସେ ସେ ଗୀତା ପାଠ କରୁଥିବା ସମୟରେ ଜାକିର ଓ ସମୀର ନାମକ ଏହି ଦୁଇ ଯୁବକ ତାଙ୍କ ଘର ଭିତରକୁ ପଶି ତାଙ୍କୁ ମରିବା ଆରମ୍ଭ କରି ଦେଇଥିଲେ ।

ସେମାନେ ଦିଲସେରଙ୍କର ବାଦ୍ୟଯନ୍ତ୍ର ଭାଙ୍ଗି ଦେବା ସହ ଗୀତାକୁ ନିଜ ସହ ନେଇଯାଇ ଏହାକୁ ପଢିଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ସେ କହୁଛନ୍ତି ।

“ମୁଁ ମୁସଲମାନ ହୋଇଥିଲେ ମଧ୍ୟ ଧର୍ମ ମୋତେ କେବେ କୌଣସି ପବିତ୍ର ଗ୍ରନ୍ଥ ପଢିବାକୁ ବାରଣ କରିନାହିଁ । ଗୀତା ଓ ଶ୍ରୀରାମଚରିତ ପଢିବା ଦ୍ୱାରା ମୋତେ ଏହା ଅପୂର୍ବ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏହା ଅବଶ୍ୟ ସତକଥା ଏହି ଦୁଇଟି ପବିତ୍ର ଗ୍ରନ୍ଥ ପଢିବା ଦ୍ୱାରା ମୁଁ ଅନେକ ସମୟରେ ମୋ ନିଜ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କଠାରୁ ଅସୁବିଧାର ସମ୍ମୁଖୀନ ହେଉଛି,” ବୋଲି କହିଛନ୍ତି ୫୫ ବର୍ଷୀୟ ଦିଲସେର୍ ।

ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୨୯୮ ଆଧାରରେ ଦିଲ୍ଲୀ ପୋଲିସ ଉକ୍ତ ଯୁବକ ଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.