Latest Odisha News

BREAKING NEWS

ଆଗାମୀ ୨୫ ବର୍ଷରେ ବଢିଯିବ ମୁସଲମାନଙ୍କ ଜନସଂଖ୍ୟା

ନୂଆଦିଲ୍ଲୀ: ଦେଶ ଏବଂ ବିଶ୍ୱରେ ଅନେକ ଧର୍ମ ଅଛି ଯାହାର ଅନୁଗାମୀଙ୍କ ସଂଖ୍ୟା କୋଟି କୋଟି। ଏସବୁ ମଧ୍ୟରେ ଖ୍ରୀଷ୍ଟିଆନ, ଇସଲାମ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ସର୍ବାଧିକ। ୟୁରୋପ, ଆମେରିକା, ଏସିଆ ଏବଂ ଆଫ୍ରିକା ଭଳି ମହାଦେଶରେ ଖ୍ରୀଷ୍ଟଆନ୍ ଏବଂ ଇସଲାମ ଧର୍ମର ଅନୁଗାମୀଙ୍କ ସଂଖ୍ୟା ବହୁତ ଅଧିକ।

ଏସିଆ ଏବଂ ଆଫ୍ରିକାର କିଛି ଅଞ୍ଚଳରେ ଇସଲାମ ଧର୍ମର ଅନୁଗାମୀମାନଙ୍କ ସଂଖ୍ୟା ଖୁବ୍ ଅଧିକ। ତେବେ ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ଇସଲାମ ଧର୍ମର ଅନୁଗାମୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଧାର୍ମିକ ଜନସଂଖ୍ୟାର ଚିତ୍ର ବହୁତ ପରିବର୍ତ୍ତନ ହୋଇପାରେ।

ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ଧାର୍ମିକ ରୂପରେଖ ନିରନ୍ତର ପରିବର୍ତ୍ତନ ହେଉଛି। ତେବେ ୨୦୧୫ ମସିହାରେ ପ୍ରକାଶିତ ଏହି ରିପୋର୍ଟକୁ ଦୃଷ୍ଟିରେ ରଖି ୨୦୫୦ ମସିହା ପର୍ଯ୍ୟନ୍ତ ଆକଳନ କରାଯାଇଛି।

ଅପରପକ୍ଷରେ ଯଦି ଏହି ଧାରା ଜାରି ରହେ, ତେବେ ୨୦୫୦ ସୁଦ୍ଧା ଇସଲାମ ଧର୍ମାବଲମ୍ବୀଙ୍କ ଜନସଂଖ୍ୟା ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ସହିତ ସମାନ ହୋଇଯିବ। ଏହିପରି ଭାବରେ ମୁସଲମାନମାନେ ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିବେ। ଭାରତ ଏହି ମାମଲାରେ ଇଣ୍ଡୋନେସିଆକୁ ପଛରେ ପକାଇଦେବ। ସାରା ବିଶ୍ୱରେ ବୌଦ୍ଧ ଧର୍ମର ଅନୁଗାମୀଙ୍କ ସଂଖ୍ୟା ଯେମିତିକୁ ସେମିତି ରହିବ।

ସେହିପରି ଆଗାମୀ ଅଢ଼େଇ ଦଶନ୍ଧି ମଧ୍ୟରେ ୟୁରୋପରେ ମୁସଲମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତରେ ପହଞ୍ଚିବ। ଯାହାଫଳରେ ୟୁରୋପରେ ଇସଲାମର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଇବ। ଆହୁରି ମଧ୍ଯ ଆମେରିକା ଏବଂ ଫ୍ରାନ୍ସରେ ସେଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ ଯେଉଁମାନଙ୍କର କୌଣସି ଧର୍ମ ସହିତ ସମ୍ପର୍କ ନଥିବ।

Comments are closed.