Latest Odisha News

ସଂକ୍ରମଣ ଭୟରେ ଚିକିତ୍ସା କଲାନି ଡାକ୍ତର: ହିନ୍ଦୁ ମୃତକଙ୍କ ଶବ ଉଠାଇଲେ ମୁସଲମାନ ପଡୋଶୀ

କୋଲକାତା: ମହାମାରୀର ଏହି ସଙ୍କଟ ସଂୟରେ କେଉଁଠି ମାନବିକତା ହାରି ଯିବାର ଦେଖାଯାଉଛି ତ ଆଉ କେଉଁଠି ମାନବିକତାର ଉଦାହରଣ ଦେଖିବାକି ମିଳୁଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗରେ ।  ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀର ଅନ୍ତିମ ସଂସ୍କାର କରିଛନ୍ତି ମୁସଲ୍‌ମାନ ବ୍ୟକ୍ତି।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର କୋଭିଡ୍‌-୧୯ ପରୀକ୍ଷା ହୋଇନଥିବାରୁ ଡାକ୍ତରମାନେ ଚିକିତ୍ସ‌ା ପାଇଁ ମନା କରିଦେଇଥିଲେ । ପରେ ହୃଦ୍‌ଘାତରେ ପୀଡିତ ଥିବା ଏହି ୬୨ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମୃତକ ଜଣକ ହେଉଛନ୍ତି ଜୁଗାଲ ଦାସ। ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଗୁରୁବାର ସକାଳେ ଜୁଗାଲ ଦାସଙ୍କୁ ବିନପୁର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜୁଗାଲଙ୍କ ପୁଅ ସୁଜିତ୍‌ ଦେଇଥିବା ସୂଚନା ଅନୁସାରେ, ‘ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଡାକ୍ତର ଥିଲେ। ପ୍ରଥମେ ରୋଗୀର କୋଭିଡ୍‌-୧୯ ପରୀକ୍ଷା କରିବାକୁ କହି ଚିକିତ୍ସା କରିବାକୁ ମନା କରିଦେଇଥିଲେ। ବାଧ୍ୟ ହୋଇ ରୋଗୀକୁ ଧରି ଘରକୁ ଫେରିଥିଲେ ପୁଅ । ଅପରାହ୍ନରେ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବାପାଙ୍କର ମୃତ୍ୟୁ ଘଟିଥିବା ପୁଅ ସୂଚନା ଦେଇଛି ।

ମଣିଷ ରୂପି ଭଗବାନ ସାଜିଥିବା ଡ଼ାକ୍ତରଙ୍କ ଏଭଳି ଅମାନବିକତା ପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପରେ ଅଣ୍ଟା ଭିଡିଥିଲେ ତାଙ୍କ ମୁସଲ୍‌ମାନ ପଡ଼ୋଶୀ।

ଅନ୍ୟ ସହିଭାଇଙ୍କୁ ଏକାଠି କରି ଅନ୍ତିମ ସଂସ୍କାର ପାଇଁ କାଠ ସଂଗ୍ରହ କରିବାଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଏହି ପଡ଼ୋଶୀ ଜଣଙ୍କ ମୃତକଙ୍କ ପରିବାରକୁ ସାହାଯ୍ୟ କରିଛନ୍ତି।

Comments are closed.