Latest Odisha News

BREAKING NEWS

ଦୁଃଖଦ ଘଟଣା : ୧୫ ଦିନ ତଳେ ନିର୍ବନ୍ଧ ହୋଇଥିବା ମୂକବଧୀର ଯୋଡିଙ୍କ ମୃତଦେହ ଉଦ୍ଧାର

ସୁରଟ: ସୁରଟର ନାନପୁରା ଅଂଚଳରେ ଏକ ଦୁଃଖଦ ଘଟଣା ଘଟିଛି । ୧୫ ଦିନ ତଳେ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଏକ ମୁକବଧୀର ଯୋଡିଙ୍କ ମୃତଦେହ ବାଥରୁମରୁ ଉଦ୍ଧାର ହୋଇଛି । ଉଭୟ ଫେସବୁକ ମାଧ୍ୟମରେ ପରସ୍ପର ନିକଟତର ହେବା ସହ ପ୍ରେମରେ ପଡିଥିଲେ । ଉଭୟଙ୍କ ବିବାହ ଏପ୍ରିଲରେ ହେବାକୁ ଥିଲା । ୨୧ ବର୍ଷୀୟ ଧ୍ରୁତିକୁମାରୀ ଓ ଅର୍ପିତଙ୍କ ପ୍ରେମ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କାରଣ ସାଜିଥିଲା । ଘଟଣା ଦିନ ଧ୍ରୁତି ଓ ଭାଇଙ୍କୁ ତାଙ୍କ ଭଉଣୀ ଖୋଜିବା ପରେ ପାଇ ନ ଥିଲେ । ଶେଷରେ ବାଥରୁମ ଭିତରେ ଉଭୟଙ୍କୁ ମୃତ ଶରୀର ମିଳିଥିଲା ।

ବାଥରୁମରେ ନୂତନ ଭାବେ ଲଗା ଯାଇଥିବା ଗିଜରରେ ଗ୍ୟାସ ସିଲିଣ୍ଡର ଲଗା ଯାଇଥିଲା । ବାଥରୁମର ଝରକା ମଧ୍ୟ ବନ୍ଦ ଥିଲା । ଗ୍ୟାସ ଲିକ୍ ହେବା ଯୋଗୁ ଶ୍ୱାସରୁଦ୍ଧ ହୋଇ ଉଭୟ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ଉଭୟଙ୍କ ଶବ ପୋଷ୍ଟମର୍ଟମ ପରେ ପରିବାରବର୍ଗଙ୍କୁ ଦିଆଯାଇଛି ।

Comments are closed.