Latest Odisha News

BREAKING NEWS

ପୋଲ ତଳୁ ନାବାଳକର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ପୋଲ ତଳୁ ଏକ ରକ୍ତ ଜୁଡୁବୁଡୁ ହୋଇଥିବା ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ମୃତଦେହଟି ଜଣେ ନାବାଳକର ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କୋହ୍ଲ ହୁଣ୍ଡୁଳା ଗାଆଁ ନିକଟରେ । ନାବାଳକ ଜଣକ ହେଲେ ଜାମୁକୁଣ୍ଡିଆ ଗାଁର ୧୫ ବର୍ଷୀୟ ଶୁକଦେବ ଲାଗୁରୀ ।

ଖବର ମୁତାବକ, ଶୁକଦେବ ବାହାରେ ରହି ପାଠ ପଢୁଥିବା ବେଳେ, ମକର ସଂକ୍ରାନ୍ତି ପାଇଁ ସେ ନିଜ ଘରକୁ ଆସିଥିଲେ । ଗତକାଲି ସଂଧ୍ୟାରେ ସେ ବାହାରକୁ ଯାଇଥିଲେ ହେଲେ ଆଉ ଫେରିନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଶୁକଙ୍କୁ ବହୁ ଖୋଜା ଖୋଜି କରିଥିଲେ ହେଲେ କେଉଁଠି ମଧ୍ୟ ତାଙ୍କୁ ପାଇ ନଥିଲେ ।

ଆଜି ସକାଳୁ କିଛି ଲୋକ ଶୁକଙ୍କ ମୃତ ଦେହ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇପ୍ରଥମେ ପରିବାର ଲୋକେ ଓ ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଶୁକଦେବଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.