Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ: ଲୋକାରଣ୍ୟ ଶ୍ରୀକ୍ଷେତ୍ର, ଉଠୁଛି ପଡୁଛି ଯଜ୍ଞ ବେଦୀ

ଭୁବନେଶ୍ଵର: ରାତି ପାହିଲେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ସେଥିପାଇଁ ଯଜ୍ଞମଣ୍ଡପ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ତିନି ଦିନ ବ୍ୟାପୀ ଚାଲିଥିବା ଏହି ଯଜ୍ଞ ଗତକାଲି ପୂର୍ଣ୍ଣହୁତି ହେବ । ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ଵାରରେ ବେଦ ପାଠ ପାଇଁ ସ୍ଵତନ୍ତ୍ର ଭାବେ ହୋଇଥିବା ମଣ୍ଡପରେ ବେଦ ପାଠ ଆରମ୍ଭ ହୋଇଛି। ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରୁଛନ୍ତି । ପୂର୍ବ ବା ସିଂହଦ୍ଵାରରେ ଋକ୍ ବେଦ,ପଶ୍ଚିମ ଦ୍ଵାରରେ ସାମ ବେଦ ,ଉତ୍ତର ଦ୍ଵାରରେ ଅଥର୍ବ ବେଦ, ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯାଉଛି । ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆରମ୍ଭ ହୋଇଛି ସଙ୍କୀର୍ତ୍ତନ ।

ଆଜି ଠାରୁ ବାହାର ରାଜ୍ୟର ଅତିଥି ଆସିବେ।ଉତ୍ତର ପାର୍ଶ୍ଵ ମଠରେ ଅଡିଟୋରିୟମ ପ୍ରସ୍ତୁତ ହୋଇଛି।ଶ୍ରୀ ସେତୁ ଓ ଶ୍ରୀ ମାର୍ଗର ପରୀକ୍ଷଣ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଛି। ଆଜି ଠାରୁ ତିନି ଦିନ ବ୍ୟାପୀ ଯଜ୍ଞ ଆରମ୍ଭ ହେଉଛି। ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶେଷ ହୋଇଛି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ୪ ବର୍ଷର ପରିଶ୍ରମ ସଫଳ ରୂପ ନେବାକୁ ଯାଉଛି । ପରିକ୍ରମା ପ୍ରକଳ୍ପରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ରହିଥିବା କହିଛନ୍ତି ଓବିସିସି ପ୍ରକଳ୍ପ ମ୍ୟାନେଜର ପ୍ରଭାତ କୁମାର  ପାଣିଗ୍ରାହୀ ।

ଅନ୍ୟପଟେ କଡା ସୁରକ୍ଷା ଘେରରେ ରହିଛି ପୁରୀ ଶ୍ରୀମନ୍ଦିର । ଟ୍ରାଫିକ ସୁପରିଚାଳନା,ଭକ୍ତଙ୍କ ସୁରକ୍ଷା ,ଭିଭିଆଇପିଙ୍କ ସୁରକ୍ଷା ,ଭକ୍ତଙ୍କ ଦର୍ଶନ ପାଇଁ ଆନୁସଙ୍ଗିକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହି ବ୍ୟବସ୍ଥାରେ ୧୦୦ ଜଣ ସୁପରଭାଇଜିଂ ଅଧିକାରୀ ,୨୫୦ ସବ ଇନ୍ସପେକ୍ଟର ଓ ଏଏସ୍ଆଇ ଓ ୮୦ ପ୍ଲାଟୁନ ପୋଲିସ ଫୋର୍ସ ଓ ହୋମଗାର୍ଡ ମୁତୟନ ରହିବ । ୪ ଟି ବୋମା ନିଷ୍କ୍ରିୟକାରୀ ଦଳ ଓ ୩ ଟି K 9  ଟିମ୍ ମୁତୟନ ରହିବେ । ସେପଟେ ଗତକାଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ , ଅତିରିକ୍ତ ଡିଜି ସଞ୍ଜୟ କୁମାର, ଗୁଇନ୍ଦା ନିଦ୍ଦେର୍ଶକ ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ, ଏସପି କେ.ବିଶାଲ ସିଂହ ଏହି ସୁରକ୍ଷା ବ୍ୟବସ୍ଥାର ଟିକିନିଖି ସମୀକ୍ଷା କରିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ନେଇ ସେବାୟତ ଓ ଭକ୍ତ ଖୁସି ପ୍ରକଟ କରିଛନ୍ତି |

Leave A Reply

Your email address will not be published.