Latest Odisha News

କାହିଁକି ଆତ୍ମହତ୍ୟା କଲେ ସାମ୍ବାଦିକା, ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା। ସ୍ବାମୀ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଲେ ମୃତକଙ୍କ ବାପା। ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡିଲେ ସାମ୍ୱାଦିକ ମଧୁମିତା ପରିଡ଼ା। ନିଜର ଇନଷ୍ଟାଗ୍ରାମ୍‌ରେ ଜୀବନର ଶେଷ ଭିଡିଓ ସେୟାର କରି ଆତ୍ମହତ୍ୟା କରିଛନ୍ତି ମଧୁମିତା ପରିଡ଼ା ।

ମଧୁମିତା ପରିଡ଼ା ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲ୍‌ରେ ଚାକିରି କରୁଥିଲେ। ଅସୁସ୍ଥତା ପାଇଁ ଗତକାଲି ସେ ଅଫିସ୍‌ ଯାଇନଥିଲେ। ଅପରାହ୍ନରେ ସେ ନିଜ ରୁମ୍‌ରେ ଜୀବନର ଶେଷ ଭିଡିଓ ଶୁଟ୍‌ କରିଥିଲେ। ସେ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିଲେ। ତା’ପରେ ବାପୁଜୀ ନଗର ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି। ଖବର ପାଇଁ ଘଟଣାସ୍ଥଳରେ ମଧୁମିତାଙ୍କ ପରିବାର ଓ ମଧୁମିତାଙ୍କ ସ୍ୱାମୀ ପହଞ୍ଚିଥିଲେ।

ସୂଚନା ଅନୁସାରେ, ମଧୁମିତା କିଛି ଦିନ ହେବ ବିବାହ କରିଥିଲେ। ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ କହିଛନ୍ତି। ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା। ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ। ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି।

ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା। ଯାହାକି ଏବେ ଭାଇରାଲ ହେଉଛି। ତେବେ ଏହାକୁ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବାପୁଜୀନଗରରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.