ମୁଜାଫରନଗର: ମୁଜାଫରନଗର ନିକଟ ଏକ ଗ୍ରାମରେ ବିବାହ ପ୍ରୋସେସନ୍ ଚାଲିଥିବା ବେଳେ ବାଣ ଫୁଟି ୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି ରବିବାର ରାତିରେ ଘଟିଥିବା ନେଇ ସୂଚନା ମିଳିଛି ।
ଆହତଙ୍କ ମଧ୍ୟରେ ଶବନ୍ (୭), ଉମେଦ୍ (୮), ରିହାନ୍ (୯), ୧୦ ବର୍ଷୀୟ ଅଙ୍କିତ ଓ ଅମିର ରହିଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ।
ସୂଚନା ଅନୁଯାୟୀ ଶାହପୁର ଥାନା ଅନ୍ତର୍ଗତ ପାଲଦା ଗ୍ରାମରେ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରଯାତ୍ରୀ ମାନେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ପରବର୍ତ୍ତୀ ସମୟରେ ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ବ୍ୟାଗ୍ ଭର୍ତ୍ତି ବାଣରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସର୍କଲ ଅଫିସର ବୀରଜା ଶଙ୍କର ତ୍ରିପାଠୀ ।
Comments are closed.