Latest Odisha News

BREAKING NEWS

ଅନଲାଇନରେ କରିପାରିବେ କଲ୍ୟାଣ ମଣ୍ଡପ ବୁକିଂ

ଭୁବନେଶ୍ୱର: ସହରବାସୀ ଏବେ ଅନଲାଇନରେ କଲ୍ୟାଣ ମଣ୍ଡପ ବୁକିଂ କରିପାରିବେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ କୋଭିଡ-୧୯ ଗାଇଡଲାଇନ୍ କଡାକଡି ପାଳନ ମଧ୍ୟରେ କଲ୍ୟାଣ ମଣ୍ଡପ ଗୁଡିକ ପରିଚାଳିତ ହେବ । କୋଭିଡ-୧୯ ନିୟମ ଉଲ୍ଲଂଘନ ନ କରି ୫୦ରୁ ୨୦୦ ଜଣ ଅତିଥିଙ୍କ ସମାଗମ ହୋଇପାରିବେ । ଏହାଛଡା ବିଏମସି ସ୍କ୍ୱାଡ୍ ପକ୍ଷରୁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ସୁରକ୍ଷା ପ୍ରୋଟୋକଲ୍ ଗୁଡିକର ତଦାରଖ କରାଯିବ ।

ନିୟମ ଉଲ୍ଲଂଘନକୁ ଦେଖି ତଦନୁସାରେ ଜୋରିମାନା ଚୂଡାନ୍ତ କରାଯିବ ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀ ଚୌଧୁରୀ ।

ଆହୁରି ମଧ୍ୟ କଲ୍ୟାଣ ମଣ୍ଡପ ଖୋଲିବା ଦ୍ୱାରା କ୍ୟାଟେରିଂ ସର୍ଭିସ୍‌, ଇଭେଣ୍ଟ ମ୍ୟାନେଜମେଣ୍ଟ ତଥା ବିବାହ ସମ୍ବନ୍ଧୀୟ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ଉପକୃତ ହୋଇପାରିବେ ।

Leave A Reply

Your email address will not be published.