ନୂଆପଡା: ଆସନ୍ତା ୨୭ ଅଗଷ୍ଟରେ ନ୍ୟାସନାଲ କଲେଜ, ନୂଆପଡ଼ାରେ ଆୟୋଜିତ ହେବ ‘Yuva Connect Programme’। ଏଥିପାଇଁ ‘MY Bharat – National Sports Day 2026’ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡା ମନ୍ତ୍ରଣାଳୟ ଏବଂ NSS ରିଜିଓନାଲ ଡାଇରେକ୍ଟୋରେଟ ନିର୍ଦ୍ଦେଶ ଅନୁସାରେ ଓଡିଶାର ୬୦ଟି ଅନୁଷ୍ଠାନକୁ ଏଥିପାଇଁ ଚିହ୍ନଟ କରାଯାଇଛି। ନୂଆପଡାର ନ୍ୟାସନାଲ କଲେଜ ଓ ଖଡିଆଳ ସ୍ୱୟଂ ଶାସିତ କଲେଜ ଏଥିରେ ସାମିଲ ହୋଇଛି।
ଯୁବପୀଢିଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ, ଶୃଙ୍ଖଳା, ନେତୃତ୍ୱ ପ୍ରତି ଦାୟିତ୍ୱ ବଢାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ସମ୍ବୋଧନ ସହ କ୍ରୀଡ଼ାବିତ୍, ଜନପ୍ରତିନିଧି ଓ ଯୁବପିଢ଼ିଙ୍କୁ ନେଇ ଆଲୋଚନା ଓ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ହେବ। ଛାତ୍ରଛାତ୍ରୀ ଓ NSS ସ୍ୱେଚ୍ଛାସେବୀଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

